ପୁଣି ଜଣେ ନର୍ସଙ୍କୁ ବଳାତ୍କାର ଏବଂ ହତ୍ୟା
କୋଲକାତାର ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହାରି ମଧ୍ୟରେ ଜଣେ ନର୍ସଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ଆସିଛି ସାମ୍ନାକୁ। ଉତ୍ତରାଖଣ୍ଡର ଏକ ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଏହି ନର୍ସ ଜଣକ ଉତ୍ତର ପ୍ରଦେଶର ସୀମାବର୍ତ୍ତୀ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିିଛି। ନର୍ସ ଜଣଙ୍କ ଜୁଲାଇ ୩୦ ତାରିଖ ସନ୍ଧ୍ୟାରେ ଏକ ଇ-ରିକ୍ସା ଯୋଗେ ଘରକୁ ଫେରୁଥିବା ଏକ ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି । ହେଲେ ସେ ସେହିଦିନ ରାତିରେ ଘରକୁ ଫେରିନଥିଲେ । ଏନେଇ ତାଙ୍କ ଭଉଣୀ ଥାନାରେ ଦେଇଥିଲେ ଏତଲା । ଏହାର ୯ ଦିନ ପରେ ତାଙ୍କ ଘରଠାରୁ ୧.୫ କିମି ଦୂରରେ ଥିବା ଏକ ଶୂନ୍ଶାନ୍ ଖୋଲା ପ୍ଲଟ୍ରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲା ପୋଲିସ୍ । ମୃତଦେହକୁ ପୋଷ୍ଟମର୍ଟମ କରିବା ସହ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଜାରି ରଖିଥିଲା ୟୁପି ପୋଲିସ୍ । ତେବେ ଅଭିଯୁକ୍ତ ଜଣେ ଦିନ ମଜୁରିଆ ହୋଇଥିବା ଜଣାପଡ଼ିଛି । ସେ ରାତିରେ ନିଶାଶକ୍ତ ଅବସ୍ଥାରେ ମହିଳା ଜଣଙ୍କ ତାଙ୍କ ଘର ଆଡ଼କୁ ଯାଉଥିବା ବେଳେ ବଳାତ୍କାର କରିଥିଲା । ଏଥିସହିତ ମୋବାଇଲ୍, ୩ ହଜାର ଟଙ୍କା ଲୁଟ୍ କରି ତାଙ୍କୁ ହତ୍ୟା କରିଥିବା ପୋଲିସ୍ ପ୍ରକାଶ କରିଛି।
What's Your Reaction?