ପୁଣି ଥରେ ବିଏସପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ମାୟାବତୀ
ପୁଣି ଥରେ ବିଏସପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ମାୟାବତୀ । ମଙ୍ଗଳବାର ଲକ୍ଷ୍ନୌସ୍ଥିତ ବିଏସପି କାର୍ଯ୍ୟାଳୟରେ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ହୋଇଛନ୍ତି ସେ ନିର୍ବାଚିତ। ସର୍ବସମ୍ମତି କ୍ରମେ ପାଞ୍ଚ ବର୍ଷ ପାଇଁ ବିଏସପିର ଜାତୀୟ ସଭାପତି ଭାବରେ ଦଳ ତାଙ୍କୁ ଦେଇଛି ଏହି ଦାୟିତ୍ୱ। ଆଜି ଲକ୍ଷ୍ନୌସ୍ଥିତ ବିଏସପି କାର୍ଯ୍ୟାଳୟରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି ଅନୁଷ୍ଠିତ। ଏହି ବୈଠକରେ ଦଳର ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ପ୍ରସ୍ତାବ କ୍ରମେ ମାୟାବତୀ ପୁଣି ଥରେ ବିଏସପିର ହୋଇଛନ୍ତି ମଙ୍ଗୁଆଳ। ମାୟାବତୀ ସେପ୍ଟେମ୍ବର ୧୮, ୨୦୦୩ ଠାରୁ କ୍ରମାଗତ ଭାବରେ ଦଳର ଜାତୀୟ ସଭାପତି ଭାବରେ ହୋଇଛନ୍ତି ନିର୍ବାଚିତ । ଜାମ୍ମୁ-କାଶ୍ମୀର, ହରିୟାଣା ଏବଂ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତି ସହିତ ଉତ୍ତରପ୍ରଦେଶର ୧୦ଟି ଆସନରେ ହେବାକୁ ଥିବା ଉପ-ନିର୍ବାଚନ ରଣନୀତି ଉପରେ କରାଯାଇଛି ଆଲୋଚନା।
What's Your Reaction?