ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କୁ ମିଳିଲା ଆଶ୍ବସ୍ତି

Aug 13, 2024 - 12:47
 0  3
ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କୁ ମିଳିଲା ଆଶ୍ବସ୍ତି

ଯୋଗ ଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କୁ ମିଳିଲା ଆଶ୍ବସ୍ତି । ପତଞ୍ଜଳି ଉତ୍ପାଦ ସମ୍ପର୍କରେ ଚାଲିଥିବା ଅବମାନନା ମାମଲାକୁ ମଙ୍ଗଳବାର ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ। ପତଞ୍ଜଳି ଦ୍ରବ୍ୟରେ ଚାଲିଥିବା ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଔଷଧ ସମ୍ବନ୍ଧୀୟ ଦାବି ସମ୍ବନ୍ଧରେ ଉଭୟ ପକ୍ଷରୁ ଅଣ୍ଡରଟେକିଂ ଦିଆଯାଇଥିଲା ଯାହା ଗ୍ରହଣ କରିଥିଲେ କୋର୍ଟ। ଭାରତୀୟ ମେଡିକାଲ ଆସୋସିଏସନ ୨୦୨୨ରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। ଏଥିରେ ଆଧୁନିକ ଔଷଧ ବିରୋଧରେ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ଅପମାନଜନକ ମନ୍ତବ୍ୟ ଉଲ୍ଲେଖ କରାଯାଇଥିଲା। ଏହି ଆବେଦନରେ କୁହାଯାଇଛି ଯେ ପତଞ୍ଜଳିର ବିଜ୍ଞାପନରେ ଜୀବନଶୈଳୀ ସମ୍ବନ୍ଧିୟ ବିକାର ଏବଂ ଅନ୍ୟାନ୍ୟ ରୋଗ ପାଇଁ ଚମତ୍କାର ଉପଶମ କରୁଥିବା ‘ଡ୍ରଗ୍ସ ଏବଂ ମ୍ୟାଜିକ ରିମେଡିଜ’ ଅଧିନିୟମ, ୧୯୫୪ ଏବଂ ’ଡ୍ରଗ୍ସ ଏବଂ କସମେଟିକ୍ସ ରୁଲ୍ସ, ୧୯୫୪ ଅନୁଯାୟୀ ଆଇନ ଉଲ୍ଲଂଘନ କରାଯାଇଛି।

What's Your Reaction?

like

dislike

love

funny

angry

sad

wow