ଶତକ ପାର କଲା ରସିକ ନାଗର ସତ୍ୟଜିତର ପ୍ରେମିକା ତାଲିକା

Aug 13, 2024 - 13:00
 0  5
ଶତକ ପାର କଲା ରସିକ ନାଗର ସତ୍ୟଜିତର ପ୍ରେମିକା ତାଲିକା

ଶତକ ପାର କଲା ରସିକ ନାଗର ସତ୍ୟଜିତର ପ୍ରେମିକା ତାଲିକା । ୧୦୧ ଛୁଇଁଲା ପ୍ରେମିକାଙ୍କ ସଂଖ୍ୟା । ୫ଦିନିଆ ରିମାଣ୍ଡରେ ଥିବା ମଜନୁର ଖୋଲୁଛି ନୂଆ ଗୁମର। ରିମାଣ୍ଡ ବେଳେ ଲକ୍ଷାଧିକ ଟଙ୍କା ଠକେଇ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ଆଉ ଜଣେ ସନ୍ଦିଗ୍ଧ ଯୁବତୀ । ଠକେଇ ଟଙ୍କାରେ ଜମି, ସୁନା ଓ ଗାଡି କିଣିଥିଲା ସତ୍ୟଜିତ । ପୁରୀ ଓ ଯାଜପୁରରେ ଜମି ସମ୍ପର୍କରେ ତହସିଲଦାରଙ୍କ ସହ କଥା ହେଲା ପୋଲିସ । ମ୍ୟାଟ୍ରିମୋନିଆଲ ସାଇଟରୁ ମିଳିଲା ସାଙ୍ଘାତିକ ସୁରାକ । ଭିନ୍ନ ଭିନ୍ନ ଫଟୋ ଦେଇ ଶତାଧିକ ପ୍ରୋଫାଇଲ ବନାଇଥିଲେ ସତ୍ୟଜିତ । ବିଦେଶୀ ଯୁବତୀଙ୍କୁ ବିବାହ ପାଇଁ ପଠାଉଥିଲା ରିକ୍ୟୁଏଷ୍ଟ । ବ୍ୟାଙ୍କ ଆକାଉଣ୍ଟକୁ ଠାବ କରି ଚାଲିଛି ଅଧିକ ତଦନ୍ତ। ଦ୍ଵିତୀୟ ଥର ପାଇଁ ରିମାଣ୍ଡ ବେଳେ ସତ୍ୟଜିତକୁ ଚାଲିଛି ଜେରା । ବର୍ତ୍ତମାନ ସୁଦ୍ଧା ୩ ଟି ଦାମୀ କାର ଓ ଗୋଟିଏ ବୁଲେଟ ଜବତ କରାଯାଇଛି । ହାର୍ଡ ଡ୍ରାଇଭ ଓ ଲାପଟପରୁ ମିଳିଛି ବହୁ ଆପତ୍ତିଜନକ ଭିଡିଓ ।

What's Your Reaction?

like

dislike

love

funny

angry

sad

wow