ପୁଲିସ ୩ ଜଣ ଡିଏମ୍‌କେ ନେତାଙ୍କ ବିରୋଧରେ ମାମଲା ରୁଜୁ : ୬ଟି ଧାରାରେ ମାମଲା ରୁଜୁ

Sep 17, 2026 - 14:23
 0  2
ପୁଲିସ ୩ ଜଣ ଡିଏମ୍‌କେ ନେତାଙ୍କ ବିରୋଧରେ ମାମଲା ରୁଜୁ : ୬ଟି ଧାରାରେ ମାମଲା ରୁଜୁ

ଚେନ୍ନାଇ ଓ କାଲ୍ଲାକୁରିଚିରେ ପୁଲିସ ୩ ଜଣ ଡିଏମ୍‌କେ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେପ୍ଟେମ୍ବର ୧୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସମୟରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ 

ଚେନ୍ନାଇ ଓ କାଲ୍ଲାକୁରିଚିରେ ପୁଲିସ ୩ ଜଣ ଡିଏମ୍‌କେ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେପ୍ଟେମ୍ବର ୧୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସମୟରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଓ ଆଇନ ମନ୍ତ୍ରୀ ସିଟିଆର୍‌ ନିର୍ମଳ କୁମାରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଅଭିଯୋଗରେ ଏହି ମାମଲା ହୋଇଛି । ଡିଏମ୍‌କେ ସାଂସଦ ଏ ରାଜା, ହାରବୋର୍‌ ବିଧାୟକ ପିକେ ଶେକରବାବୁ ଓ ଋଷିବନ୍ଦୀୟମ ବିଧାୟକ ବସନ୍ତମ କେ କାର୍ତ୍ତିକେୟନଙ୍କ ବିରୋଧରେ ପୃଥକ୍‌ ମାମଲା ରୁଜୁ ହୋଇଛି । 

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିଜୟ ବିଧାନସଭାରେ ଡିଏମ୍‌କେ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ବିରୋଧ କରି ଡିଏମ୍‌କେ ଏହି ଆନ୍ଦୋଳନ କରିଥିଲା ।   ଆପତ୍ତିଜନକ ଭାଷା ବ୍ୟବହାର, ଅପମାନଜନକ ଟିପ୍ପଣୀ ଏବଂ ସାର୍ବଜନୀନ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ରାଜାଙ୍କ ବିରୋଧରେ ୬ଟି ଧାରାରେ ମାମଲା ରୁଜୁ ହୋଇଛି ।  ଆନ୍ଦୋଳନ ସମୟରେ ରାଜା ଆଇନ ମନ୍ତ୍ରୀ ନିର୍ମଳ କୁମାରଙ୍କ ପିତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ ।

କିନ୍ତୁ ଡିଏମ୍‌କେ ଉପସାଧାରଣ ସମ୍ପାଦକ ତଥା ସାଂସଦ କାନିମୋଝି କରୁଣାନିଧି ଏଥିପାଇଁ ତାଙ୍କୁ ଭର୍ତ୍ସନା କରିବା ପରେ ରାଜା ନିଜ ଟିପ୍ପଣୀ ପ୍ରତ୍ୟାହାର କରିଥିଲେ। ପୃଥକ୍‌ ମାମଲାରେ ନର୍ଥ ବିଚ୍‌ ପୁଲିସ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ଶେକରବାବୁଙ୍କ ବିରୋଧରେ ମାମଲା କରିଛି । ସେହିପରି କାଲ୍ଲାକୁରିଚି ପୁଲିସ କାର୍ତ୍ତିକେୟନଙ୍କ ବିରୋଧରେ ମାମଲା ରୁଜୁ କରିଛି । ବିଜୟ ରାଜ୍ୟ ବିଧାନସଭାରେ ଡିଏମ୍‌କେ ଉପରେ ତୀବ୍ର ଆକ୍ରମଣ କରିବା ସହ ପୂର୍ବ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ତାଙ୍କର ଏହି ଟିପ୍ପଣୀକୁ ବିରୋଧ କରି ଡିଏମ୍‌କେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା । 

What's Your Reaction?

like

dislike

love

funny

angry

sad

wow