ପ୍ରଥମଥର ମା’ ହେବାକୁ ଯାଉଛି ଧଳା ବାଘୁଣୀ ମୌସୁମୀ

Jul 2, 2024 - 11:48
 0  2
ପ୍ରଥମଥର ମା’ ହେବାକୁ ଯାଉଛି ଧଳା ବାଘୁଣୀ ମୌସୁମୀ

ପ୍ରଥମଥର ମା’ ହେବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ବାଘୁଣୀ ମୌସୁମୀ । ଆଉ ମାତ୍ର ୪୦ ଦିନ ପରେ ଶାବକ ଜନ୍ମ ଦେବ ବୋଲି ମିଳିଛି ସୂଚନା । ଚଳିତ ବର୍ଷ ମୌସୁମୀ ସହିତ ବାଘ ରାଜେଶକୁ ମିଳନ କରାଇଥିଲେ କର୍ତ୍ତୃପକ୍ଷ । ସୋମବାର ଦିନ ଓୟୁଏଟିର ସ୍ୱାସ୍ଥ୍ୟ କମିଟି ଏବଂ ପ୍ରାଣୀ ଉଦ୍ୟାନ ଚିକିତ୍ସକ ଅଲଟ୍ରାସାଉଣ୍ଡ କରି ମୌସୁମୀ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ । ଏଥିରେ କର୍ତ୍ତୃପକ୍ଷ ଯେତିକି ଖୁସି ଅଛନ୍ତି, ତା’ଠାରୁ ଦୁଇଗୁଣ ଚିନ୍ତାରେ। କାରଣ ପୂର୍ବରୁ ଦୁଇ ଦୁଇଥର ଗର୍ଭବତୀ ହୋଇ ମଧ୍ୟ ମା’ ହୋଇ ପାରି ନାହିଁ  ମୌସୁମୀ। ତେଣୁ ମୌସୁମୀ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି କର୍ତ୍ତୃପକ୍ଷ ।

What's Your Reaction?

like

dislike

love

funny

angry

sad

wow