ଫିଲ୍ମରେ କାମ ଦେବା ବାହାନାରେ ମଡେଲଙ୍କୁ ଗଣଦୁଷ୍କର୍ମ

Sep 3, 2024 - 13:45
 0  1
ଫିଲ୍ମରେ କାମ ଦେବା ବାହାନାରେ ମଡେଲଙ୍କୁ ଗଣଦୁଷ୍କର୍ମ

ଥମିବାରେ ନାଁ ଧରୁନି ଦୁଷ୍କର୍ମ । ଚଳନ୍ତା କାରରେ ଜଣେ ମଡେଲଙ୍କୁ ଗଣଦୁଷ୍କର୍ମ । ଲକ୍ଷ୍ନୌରେ ଜଣେ ମଡେଲଙ୍କୁ ୪ଜଣ ଯୁବକ ଚଳନ୍ତା କାରରେ ଦୁଷ୍କର୍ମ କରିବା ସହିତ ହୋଟେଲରେ ଦୁଷ୍ମର୍ମ କରିଥିବା ପୀଡିତା ଜଣକ ଚିନହଟ ଥାନାରେ କରିଛନ୍ତି ଅଭିଯୋଗ। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ  ଅଭିଯୁକ୍ତ ମାନେ ପୀଡିତାଙ୍କୁ ଫିଲ୍ମରେ କାମ ଦେବା ବାହାନାରେ ଡାକି ତାଙ୍କ ସହିତ କରିଛନ୍ତି ଦୁଷ୍କର୍ମ ।ଇନଷ୍ଟାଗ୍ରାମରେ ବିପିନ ସିଂ ନାମକ ଜଣେ ଯୁବକ ଯୁବତୀଙ୍କର ଥିଲେ ସାଙ୍ଗ। ଯୁବକ ଜଣଙ୍କ ମଡେଲଙ୍କୁ ଫିଲ୍ମ ଦେବା ବାହାନାରେ ଜଣେ ନିର୍ଦ୍ଦେଶକଙ୍କ ସହ ଭେଟ କରେଇଦେବା ପାଇଁ ଡକେଇଥିଲେ କାନପୁର। ଯୁବତୀଜଣକ ଲକ୍ଷ୍ନୌ ପହଞ୍ଚିବା ପରେ ବିପିନ ତାଙ୍କ ପାଇଁ ଅପେକ୍ଷା କରିଥିଲା । ସେଠାରୁ ପୀଡିତାଙ୍କୁ ଏକ ସ୍ପର୍ପିଓରେ ବସାଇ ହୋଟେଲକୁ ନେଇଯାଇଥିଲେ । ଯୋଜନା ଅନୁଯାୟୀ ହୋଟେଲରେ ଏକ ଯୁବକ ଡାଇରେକ୍ଟର ହେଇ ତାଙ୍କ ସହ କଥାବାର୍ତ୍ତା ହେଇଥିଲେ । ଏହାପରେ ସମସ୍ତ ଅଭିଯୁକ୍ତ ତାଙ୍କୁ ଛାଡିବା ବାହାନାରେ କାରରେ ବସିଥିଲେ । ଯିବା ସମୟରେ ରାସ୍ତାରେ ପୀଡିତାଙ୍କୁ କିଛି ଶୁଂଘାଇ ବେହୋସ କରିବା ପରେ ତିନି ଅଭିଯୁକ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏହାପରେ ପୁଣି ସେମାନେ ଯୁବତୀଙ୍କୁ ଏକ ହୋଟେଲକୁ ନେଇ ମଧ୍ୟ କରିଥିଲେ ଦୁଷ୍କର୍ମ । ଯେତେବେଳେ ଯୁବତୀଜଣକ ହୋସକୁ ଆସିଥିଲେ ସେତେବେଳେ ସେ ହୋଟେଲ ରୁମରେ ଥିବା ବେଳେ ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିଲା । ଏହାପରେ ପୀଡିତା କୌଶଳକ୍ରମେ ଥାନାରେ ପହଞ୍ଚି ମାମଲା ଦାଏର କରିଥିଲେ । ପରେ ପୋଲିସ ଏଫ୍‌ଆଇଆର୍‌ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ କରିଛି ଗିରଫ। ତୃତୀୟ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

What's Your Reaction?

like

dislike

love

funny

angry

sad

wow