ପୁଣି ସୁନାବେଢ଼ାରେ ତିଆରି ହେବ ଲଢୁଆ ବିମାନ ‘ସୁ ୩୦-ଏମକେଆଇ’

Sep 3, 2024 - 13:08
 0  1
ପୁଣି ସୁନାବେଢ଼ାରେ ତିଆରି ହେବ ଲଢୁଆ ବିମାନ ‘ସୁ ୩୦-ଏମକେଆଇ’

ପୁଣି ଚଳଚଞ୍ଚଳ ହେବ କୋରାପୁଟର ସୁନାବେଢ଼ା । ଏଠାରେ ଥିବା ମିଗ୍‍ ବିମାନ କାରଖାନାରେ ତିଆରି ହେବ ଲଢୁଆ ବିମାନ। ଭାରତୀୟ ବାୟୁସେନାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସାଜିଥିବା ଲଢ଼ୁଆ ସୁଖୋଇ ବିମାନ ‘ସୁ ୩୦-ଏମକେଆଇ’ର ୫୪ % ଯନ୍ତ୍ରାଂଶ ଏଠାରେ ପ୍ରସ୍ତୁତି ସାଙ୍ଗକୁ ହେବ ଖଞ୍ଜା। ପୂର୍ବରୁ ନାଶିକଠାରେ ଖଞ୍ଜା ଯାଉଥିଲା ଏହି ବିମାନ। ଏଥିଲାଗି ମଞ୍ଜୁରୀ ଦେଇଛନ୍ତି ସୋମବାରଦିନ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍। ସମ୍ପୂର୍ଣ୍ଣ ଋଷ ଜ୍ଞାନ କୌଶଳ ଓ ଇଞ୍ଜିନରେ ନିର୍ମିତ ସୁଖୋଇ ସୁ-୩୦ ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ହୋଇଛି ପରିଚିତ। ଏବେ ବାୟୁସେନା ପାଖରେ ପ୍ରାୟ ୨୬୦ଟି ଏହି ବର୍ଗର ଲଢ଼ୁଆ ଜାହାଜ ରହିଛି। ଆସନ୍ତା ବର୍ଷଠାରୁ ଆହୁରି ୨୪୦ଟି ସୁ-୩୦ ବିମାନ କିଣିବାକୁ ଯାଉଛି ଭାରତ। ଏଥିଲାଗି ୨୪୦୦ କୋଟି ଟଙ୍କାର ପ୍ରସ୍ତାବକୁ ସରକାର ଦେଇଛନ୍ତି ଅନୁମତି।

What's Your Reaction?

like

dislike

love

funny

angry

sad

wow