ବହରାଇଚରେ ଆୟତ୍ତ ହେଉନାହିଁ ଗଧିଆଙ୍କ ଆତଙ୍କ

Sep 3, 2024 - 12:47
 0  1
ବହରାଇଚରେ ଆୟତ୍ତ ହେଉନାହିଁ ଗଧିଆଙ୍କ ଆତଙ୍କ

ଉତ୍ତର ପ୍ରଦେଶର ବହରାଇଚରେ ଆୟତ୍ତ ହେଉନାହିଁ ଗଧିଆଙ୍କ ଆତଙ୍କ। ସୋମବାର ରାତି ପ୍ରାୟ ୧୨ଟା ବେଳେ ଗଧିଆ ଜଣେ ୫ ବର୍ଷର ଶିଶୁକନ୍ୟାକୁ କରିଥିଲା ଆକ୍ରମଣ। ଗଧିଆ ଆକ୍ରମଣରେ ଗାଁରେ ପୁଣି ସୃଷ୍ଟି ହୋଇଛି ଆତଙ୍କର ବାତାବରଣ। ଗଧିଆ ଏଥର ଗ୍ରାମପଞ୍ଚାୟତ ପାଣ୍ଡୋହିଆ ଗିରଧରପୁରୱାରେ ଅନୱାର ଅଲ୍ଲୀଙ୍କ ୫ ବର୍ଷର ଝିଅ ଅଫସାନାଙ୍କୁ କରିଛି ଟାର୍ଗେଟ। ଏହି ଆକ୍ରମଣରେ ନାବାଳିକା ଜଣକ ହୋଇଛନ୍ତି ଆହତ। ଶିଶୁଟିକୁ ଚିକିତ୍ସା ପାଇଁ ହାସପାତାଳରେ କରାଯାଇଛି ଭର୍ତି। ବହରାଇଚ ଜିଲ୍ଲାରେ ଗଧିଆ ଆକ୍ରମଣରେ ୯ ଜଣ ଶିଶୁଙ୍କ ସମେତ ୧୦ ଜଣଙ୍କ ଘଟିଛି ମୃତ୍ୟୁ। ୫ଟି ବନଖଣ୍ଡ ବହରାଇଚ, କଟାର୍ନିଆଘାଟ ବନ୍ୟପ୍ରାଣୀ, ଶ୍ରାବସ୍ତି, ଗୋଣ୍ଡା ଓ ବାରବାଙ୍କିର ପ୍ରାୟ ୨୫ଟି ଟିମ୍ ଗଧିଆକୁ ଧରିବାରେ ହୋଇଛନ୍ତି ନିୟୋଜିତ।

What's Your Reaction?

like

dislike

love

funny

angry

sad

wow