ବଜ୍ରକାପ୍ତା ଚାଲାଣ ବେଳେ ମାଡିବସିଲା କୋରାପୁଟର ବନ ବିଭାଗ
ବଜ୍ରକାପ୍ତା ଚାଲାଣ ବେଳେ ମାଡିବସିଲା କୋରାପୁଟର ବନ ବିଭାଗ। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବନ ବିଭାଗ । ବନ ବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ବଜ୍ରକାପ୍ତାକୁ ଉଦ୍ଧାର କରାଯିବ ସହ ୩ ଜଣଙ୍କୁ କରାଯାଇଛି ଗିରଫ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମିଳିଛି ପରିଚୟ। ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ଏହି ଘଟଣାରେ ଏକ ମାମଲା ରୁଜୁ କରି କରିଛନ୍ତି କୋର୍ଟ ଚାଲାଣ। ବନ ବିଭାଗ ଓ ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛନ୍ତି । କିଏ ଓ କେଉଁଠିକି ବଜ୍ରକାପ୍ତା ଚାଲାଣ କରୁଥିଲା ତାହା ହୋଇନାହିଁ ସ୍ପଷ୍ଟ।
What's Your Reaction?