ବାଂଲାଦେଶୀଙ୍କ ଅନୁପ୍ରବେଶ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ତୀକ୍ଷ୍ମ ନଜର

Aug 8, 2024 - 16:02
 0  2
ବାଂଲାଦେଶୀଙ୍କ ଅନୁପ୍ରବେଶ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ତୀକ୍ଷ୍ମ ନଜର

ବାଂଲାଦେଶ ରେ ସାଂପ୍ରତିକ ପରିସ୍ଥିତିକୁ ନେଇ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ।  ଜଳପଥ ଉପରେ କୋଷ୍ଟ ଗାର୍ଡ ଏବଂ ଭାରତୀୟ ନୌସେନା ରଖିଛି ତୀକ୍ଷ୍ମ ନଜର।ତେବେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ମଧ୍ୟ ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ଦିଆଯାଇଛି ପରାମର୍ଶ।  ଜଳ ପଥରେ ବାଂଲାଦେଶ ପଟୁ ଅନୁପ୍ରବେଶ ନେଇ ପୁରୀ ପୋଲିସ  ସମ୍ପୂର୍ଣ୍ଣ ସତର୍କ ରହିଥିବା କହିଛନ୍ତି ଏସପି ପିନାକ ମିଶ୍ର । ପୁରୀ  ସମୁଦ୍ର ତଟରେ ଅବସ୍ଥିତ କୌଣସି ଅନୁପ୍ରବେଶ ଘଟଣା ଆଶଙ୍କାକୁ ନେଇ କୋଷ୍ଟ ଗାର୍ଡ ସହିତ ପୁରୀ ମେରାଇନ୍ ପୋଲିସ ନିୟମିତ ପାଟ୍ରୋଲିଂ କରିବା ସହ ସୁରକ୍ଷା ପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସପି । ସେହିପରି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ  ବାଂଲାଦେଶୀଙ୍କ ପ୍ରତି ନଜର ରଖାଯାଇଥିବା କହିଛନ୍ତି । ସମୁଦ୍ର ପଥରେ ବୋଟ୍‌ ଯୋଗେ ଆସିବା ସମ୍ଭାବନା ଥିବାରୁ ନଜର ରହିଛି ଏବଂ ପାଟ୍ରୋଲିଂ ବଢ଼ାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ଦିଆଯାଇଛି ନିର୍ଦ୍ଦେଶ । ବିଶେଷ ଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାକୁ କରାଯାଇଛି  ଆଲର୍ଟ । 

What's Your Reaction?

like

dislike

love

funny

angry

sad

wow