ଭରତପୁର ମାମଲା;ଆରମ୍ଭ ହୋଇଛି ବିଚାର ବିଭାଗୀୟ ତଦନ୍ତ

Sep 30, 2024 - 15:34
 0  2
ଭରତପୁର ମାମଲା;ଆରମ୍ଭ ହୋଇଛି ବିଚାର ବିଭାଗୀୟ ତଦନ୍ତ

ଭରତପୁର ମାମଲାରେ ଆରମ୍ଭ ହୋଇଛି ବିଚାର ବିଭାଗୀୟ ତଦନ୍ତ। ପ୍ରଥମ ବୈଠକ ପରେ କମିଶନଙ୍କ ସଚିବ କହିଛନ୍ତି ଯେ, ଘଟଣାକୁ ନେଇ କରାଯିବ ସତ୍ୟପାଠ ଆହ୍ବାନ । ଏଥିପାଇଁ ମଙ୍ଗଳବାର ପ୍ରକାଶ ପାଇବ ବିଜ୍ଞପ୍ତି। ମଙ୍ଗଳବାରଠାରୁ ୨୧ ଦିନ ପର୍ଯ୍ୟନ୍ତ ହେବ ସତ୍ୟପାଠ ଗ୍ରହଣ । ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ ବୋଲି କହିଛନ୍ତି ସଚିବ। ସେ ଆହୁରି କହିଛନ୍ତି ଯେ, ଘଟଣାରେ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ହେବ ପଚରାଉଚରା। ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ କରାଯିବ ସମନ ।ସାକ୍ଷ୍ୟଗ୍ରହଣ, ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ସଚିବ।ଅନ୍ୟପକ୍ଷେ ଏହି ଘଟଣାରେ ଆଜି ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍‌ ଫୋରେନସିକ୍‌ ସାଇନ୍ସ ଲାବୋରେଟୋରିରେ ହେବ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା।

What's Your Reaction?

like

dislike

love

funny

angry

sad

wow