ଭାରତରେ ହେବ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫି: ୨୦୨୭ରେ ଆୟୋଜନ କରିବ ଇଣ୍ଡିଆ

Sep 3, 2026 - 12:38
 0  0
ଭାରତରେ ହେବ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫି: ୨୦୨୭ରେ ଆୟୋଜନ କରିବ ଇଣ୍ଡିଆ

ମୁମ୍ବାଇର କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ ବଡ଼ୋଦରା ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ସମସ୍ତ ଛଅଟି ଦଳ ଲିଗ୍ ପର୍ଯ୍ୟାୟରେ ଖେଳିବେ ଏବଂ ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ୍‌ରେ ପହଞ୍ଚିବେ। 

ଭାରତରେ ହେବ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫି । ୨୦୨୭ରେ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ ଇଣ୍ଡିଆ। ଶ୍ରୀଲଙ୍କାରୁ ଭାରତ ସ୍ଥାନାନ୍ତର ହେଲା ଟୁର୍ଣ୍ଣାମେଣ୍ଟ। ଟି୨୦ ଫର୍ମାଟ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେବେ ୬ ଦଳ। ୨୦୨୭ ଫେବୃଆରୀ ୧୪ ତାରିଖରୁ ଫେବୃଆରୀ ୨୮ ମଧ୍ୟରେ ଖେଳାଯିବ ମ୍ୟାଚ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି୨୦ ଟିମ୍ ର‍୍ୟାଙ୍କିଂ ଆଧାରରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଏହି ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। 

ମୁମ୍ବାଇର କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ ବଡ଼ୋଦରା ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ସମସ୍ତ ଛଅଟି ଦଳ ଲିଗ୍ ପର୍ଯ୍ୟାୟରେ ଖେଳିବେ ଏବଂ ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ୍‌ରେ ପହଞ୍ଚିବେ। ଶାସନ ସମ୍ବନ୍ଧୀୟ ଚିନ୍ତା ଯୋଗୁଁ ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟ ଆୟୋଜନର ଅଧିକାର ହରାଇଛି।  ମୂଳତଃ ଶ୍ରୀଲଙ୍କାକୁ ଏହି ଟୁର୍ନାମେଣ୍ଟର ଆୟୋଜନ ଅଧିକାର ଦିଆଯାଇଥିଲା। ତଥାପି, ଆୟୋଜକ ମୂଲ୍ୟାୟନ ପ୍ରକ୍ରିୟା ପରେ ଆଇସିସି ବୋର୍ଡ ଏହାକୁ ଭାରତକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି।  ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାର ଟୁର୍ଣ୍ଣାମେଣ୍ଟ ଖେଳାଯିବା ପ୍ରସ୍ତାବ ବିଚାର କରାଯିବା ପରେ ଭାରତ ସଫଳ ବିଡର୍ ଭାବେ ଉଭା ହୋଇଛି। 

What's Your Reaction?

like

dislike

love

funny

angry

sad

wow