ମସଜିଦ ନିର୍ମାଣକୁ ବିରୋଧ କରି ହିମାଚଳ ପ୍ରଦେଶରେ ଜୋରଦାର ପ୍ରତିବାଦ

Sep 11, 2024 - 16:19
 0  3
ମସଜିଦ ନିର୍ମାଣକୁ ବିରୋଧ କରି ହିମାଚଳ ପ୍ରଦେଶରେ ଜୋରଦାର ପ୍ରତିବାଦ

ବେଆଇନ ମସଜିଦ ନିର୍ମାଣକୁ ବିରୋଧ କରି ହିମାଚଳ ପ୍ରଦେଶରେ କରାଯାଇଛି ଜୋରଦାର ପ୍ରତିବାଦ । ଆଜି ବନ୍ଦ ଡାକରା ଦେବା ସହ ବିଧାନସଭା ଘେରାଉ କରିଛନ୍ତି ହିନ୍ଦୁ ଗ୍ରୁପ । ସିମଲାର ଜନଗହଳି ପୂର୍ଣ୍ଣ ସଞ୍ଜୁଲିରେ ୫ ମହଲା ବିଶିଷ୍ଟ ବେଆଇନ ମସଜିଦ ନିର୍ମାଣ ହୋଇଥିବା ହିନ୍ଦୁ ଗ୍ରୁପ ଦାବି କରି ଦେଇଛନ୍ତି ବନ୍ଦ ଡାକରା । ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ସାମିଲ ହେବା ପରେ ଅଣାୟତ୍ତ ହୋଇପଡିଛି ପରିସ୍ଥିତି। ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୁଲିସ ଲାଠି ମାଡ ସହି କରିଛି ପାଣି ମାଡ। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ମୁତୟନ କରାଯାଇଛି ବ୍ୟାପକ ପୁଲିସ ଫୋର୍ସ । ଗଣ୍ଡଗୋଳ ଆଶଙ୍କାରେ ସିମଲାରେ ଭାରତୀୟ ନ୍ୟାୟ ସଂହିତାର ସେକ୍ସନ ୧୬୩ କରାଯାଇଛି ଲାଗୁ । ବିନା ଅନୁମତିରେ ୫ରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ । କୌଣସି ବ୍ୟକ୍ତି ସାଙ୍ଗରେ ନେଇପାରିବେ ନାହିଁ ମରଣାନ୍ତକ ଜିନିଷ । 

What's Your Reaction?

like

dislike

love

funny

angry

sad

wow