ଶୂନ୍ୟକାଳରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଉଠାଇଛନ୍ତି ବାଲିଯାତ୍ରା ପ୍ରସଙ୍ଗ

Sep 11, 2024 - 16:33
 0  3
ଶୂନ୍ୟକାଳରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଉଠାଇଛନ୍ତି ବାଲିଯାତ୍ରା ପ୍ରସଙ୍ଗ

ଶୂନ୍ୟକାଳରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଉଠାଇଛନ୍ତି ବାଲିଯାତ୍ରା ପ୍ରସଙ୍ଗ । ବାଲିଯାତ୍ରାରେ ଦୋକାନ ନିଲାମୀ ପ୍ରକ୍ରିୟାକୁ ବନ୍ଦ କରି ପୁରୁଣା ପ୍ରକ୍ରିୟାରେ ସୁଲଭ ମୂଲ୍ୟରେ ଦୋକାନ ଯୋଗାଇବାକୁ କରିଛନ୍ତି ଦାବି। ପୂର୍ବରୁ ବର୍ଗ ଫୁଟ୍‌‌ ପିଛା ୨୦ରୁ ୨୫ଟଙ୍କା ଦିଆଯାଉଥିବା ବେଳେ ଏବେ ବର୍ଗ ଫୁଟ୍‌‌ ପିଛା ୮୦୦ଟଙ୍କା ନିଆଯାଉଛି। ଫଳରେ ଗରିବ ବ୍ୟବସାୟୀ ଓ ଏସଏଚଜି ମହିଳାମାନେ ଷ୍ଟଲ ଖୋଲିବାରୁ ହେଉଛନ୍ତି ବଞ୍ଚିତ । ଏହାସହିତ ବାଲିଯାତ୍ରା ପଡ଼ିଆକୁ ପ୍ରଶସ୍ତ କରିବାକୁ ଦାବି କରିଛନ୍ତି ସୋଫିଆ। କର୍ପୋରେଟ ସଂସ୍ଥା ଓ ଦେଶ ବିଦେଶର ବଡ ବଡ କମ୍ପାନୀ କିଭଳି ସେଠାରେ ଦୋକାନ ଖୋଲିବେ ସେନେଇ ବ୍ୟବସ୍ଥା କରିବାକୁ ଦେଇଛନ୍ତି ପରାମର୍ଶ ।

What's Your Reaction?

like

dislike

love

funny

angry

sad

wow