ଯାଜପୁରରେ ୭ ମୁଣ୍ଡ ନେଲାଣି ଝାଡାବାନ୍ତି

Jun 12, 2025 - 13:08
 0  4
ଯାଜପୁରରେ ୭ ମୁଣ୍ଡ ନେଲାଣି ଝାଡାବାନ୍ତି

ଯାଜପୁରରେ ଝାଡାବାନ୍ତି ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା। ଦୁଇ ଦିନ ଭିତରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୭କୁ ଛୁଇଁଥିବା ମିଳିଛି ସୂଚନା। ସରକାରୀ ସ୍ତରରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଆରଡିସି। ସୂଚନା ମୁତାବକ ଦାନଗଦି ଅଞ୍ଚଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯାଜପୁର ରୋଡ ଅଞ୍ଚଳ ଓ ଜଣେ ଯାଜପୁର ବ୍ଲକ ଅଞ୍ଚଳର ବୋଲି କୁହାଯାଉଛି। ବଡ଼ଚଣା ଅଞ୍ଚଳରେ ମଧ୍ୟ ଦୁଇ ଯୁବକଙ୍କ ମୁଣ୍ଡ ଗଡ଼ିଥିବା ମିଳିଛି ସୂଚନା । ସେପଟେ ଝାଡାବାନ୍ତି ପ୍ରଭାବିତ ଅଞ୍ଚଳକୁ ଯାଇ  ସ୍ଥିତି ଅନୁଧ୍ୟାନ କରିଛନ୍ତି ଦୁଇ ଜଣିଆ ରାଜ୍ୟସ୍ତରୀୟ ଦଳ।

What's Your Reaction?

like

dislike

love

funny

angry

sad

wow