ଶିମିଳିପାଳରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ ।

Jul 29, 2024 - 15:01
 0  7
ଶିମିଳିପାଳରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ ।

ଶିମିଳିପାଳରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ । ଏନେଇ ଅନୁମତି ଦେଇଛି ସେଣ୍ଟ୍ରାଲ ଜୁ ଅଥରିଟି। ଏନଟିସିଏ ପରେ ସେଣ୍ଟ୍ରାଲ ଜୁ ଅଥରିଟିରୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।ବାରିପଦାରୁ ୧୦କିମି ଦୂର ୧୦୦ ଏକର ଜାଗାରେ ମଞ୍ଚିଆପଡାରେ ହେବ କଳାବାଘ ସଫାରୀ । ନନ୍ଦନକାନନରେ କଳା ଜିନ ଥିବା ବାଘକୁ ନେଇ ସେଠାରେ ଛଡାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ଯିବ। ସେଠାରେ ବାଘ ଙ୍କ ପାଇଁ ଏକ ହାସପାତାଳ ମଧ୍ୟ ତିଆରି ହେବ। ବାଘଙ୍କ ପାଇଁ ଓଡିଶା ଏବେ ପ୍ରକୃଷ୍ଟ ଓ ମିରାପଦ ସ୍ଥାନ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ପ୍ରଚୁର ମାତ୍ରାରେ ଖାଦ୍ୟ ମିଳୁଥିବାରୁ ଓଡିଶା ମୁହାଁ ହେଉଛନ୍ତି ଅନ୍ୟ ରାଜ୍ୟର ବାଘ। ତେବେ ରାଜ୍ୟରେ ବାଘ ସଂଖ୍ୟା ବଢୁଥିବା ବେଳେ ଏହା ଦ୍ୱାରା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ।

What's Your Reaction?

like

dislike

love

funny

angry

sad

wow