ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକଙ୍କୁ ହାଇକୋର୍ଟଙ୍କ ସମନ
ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକଙ୍କୁ ସମନ ଜାରି କଲେ ହାଇକୋର୍ଟ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ହୋଇଛି ଅଭିଯୋଗ। ରସିଦ୍ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ଦାଏର କରିଥିଲେ ମାମଲା। ୨୭ ଅଗଷ୍ଟରେ ଏହି ମାମଲାର ରହିଛି ପରବର୍ତ୍ତୀ ଶୁଣାଣି।ଏହାପୂର୍ବରୁ ମଧ୍ୟ ସାରଦାଙ୍କ ବିରୋଧରେ ମାମଲା ଦାୟର କରିଥିଲେ ବିଜେପି ନେତା ତଥା ପରାଜିତ ପ୍ରାର୍ଥୀ ଦିଲ୍ଲୀପ ରାୟ। ଏହାପୂର୍ବରୁ ରାଜ୍ୟର ଅନେକ ବିଧାୟକଙ୍କ ବିରୋଧରେ ସମାନ ଅଭିଯୋଗ ଆସିଛି । ଆଉ ହାଇକୋର୍ଟରୁ ସମନ ଜାରି କରାଯାଇଛି ।
What's Your Reaction?