ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Aug 12, 2024 - 15:01
 0  4
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କୋର୍ଟରେ ଗୁହାରୀ କରିଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିରୋଧରେ । ଏହା ସହିତ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜାମିନ ପାଇଁ କରାଯାଇଛି ଆବେଦନ। ପ୍ରଥମେ କେଜ୍ରିୱାଲଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ଦ୍ୱାରା ଗିରଫଦାରୀ ଏବଂ ରିମାଣ୍ଡ ବିରୋଧରେ କରାଯାଇଥିଲା ମାମଲା ରୁଜୁ। ମାତ୍ର ହାଇକୋର୍ଟ ମାମଲାକୁ ଖାରଜ କରିବା ସହିତ ତଳ କୋର୍ଟରେ ଜାମିନ ଆବେଦନ କରିବାକୁ କହିଥିଲେ । ମାତ୍ର କେଜ୍ରିୱାଲ ସିଧାସଳଖ ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଥିବା କହିଛନ୍ତି ତାଙ୍କ ଓକିଲ । 

What's Your Reaction?

like

dislike

love

funny

angry

sad

wow