ରାଉରକେଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ

Jul 13, 2024 - 16:44
 0  3
ରାଉରକେଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ

ରାଉରକେଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ । ଚଳିତ ବର୍ଷ ରାଉରକେଲାରେ ୧୪ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ ଜଣ ଡେଙ୍ଗୁ ଆକ୍ରାନ୍ତ କେବଳ ସରକାରୀ ମେଡିକାଲରୁ ପ୍ରକାଶ ପାଇଥିବା ରିପୋର୍ଟରୁ ତଥ୍ୟ ମିଳିଛି । କିନ୍ତୁ ବର୍ତ୍ତମାନ ସରକାରୀ ଓ ଘରୋଇ ମେଡ଼ିକାଲରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ସେମାନଙ୍କର ଚିକିତ୍ସା ଚାଲିଛି । ରାଉରକେଲାର ସେକ୍ଟର ୧୪ ଅଂଚଳରେ ଡେଙ୍ଗୁର କାୟା ବଢ଼ିବାରେ ଲାଗିଛି । ରାଉରକେଲାରେ ଅସୁସ୍ଥକର ପରିବେଶ ଡେଙ୍ଗୁ ରୋଗ ବ୍ୟାପିବାର ମୁଖ୍ୟ କାରଣ ସାଜିଛି । ରାଜ୍ୟରେ ବର୍ଷା ହେଉଥିବାରୁ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି ।

What's Your Reaction?

like

dislike

love

funny

angry

sad

wow