ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା

Jun 30, 2024 - 11:36
 0  9
ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା

ଓଡିଶାରେ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେବ ସୁଭଦ୍ରା ଯୋଜନା ।  ଦିଲ୍ଲୀର ହଜଖାସ ମନ୍ଦିରରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝି ।ସେପ୍ଟେମ୍ବର ୧୭ ତାରିଖ ହେଉଛି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଉ ଏହି ଦିନ  ପ୍ରଧାନମନ୍ତ୍ରୀ ଓଡିଶା ଆସି ସୁଭଦ୍ରା  ଯୋଜନାର କରିବେ ଶୁଭାରମ୍ଭ । ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ ୫ ଲକ୍ଷ ମହିଳା ।ରାଜ୍ୟର ନବଗଠିତ ବିଜେପି ସରକାର ବହୁପ୍ରତୀକ୍ଷିତ ଯୋଜନା ହେଉଛି ସୁଭଦ୍ରା ଯୋଜନା । ନିର୍ବାଚନ ସମୟରେ ଏହାର ପ୍ରତିଶ୍ରୁତି ଦେଇଥିଲା ବିଜେପି ।ଏହି ଯୋଜନା ଅଧିନରେ ୨୩ରୁ ୫୯  ବର୍ଷର ମହିଳା ହିତାଧିକାରୀଙ୍କୁ ଦୁଇବର୍ଷ ପାଇଁ ମିଳିବ ୫୦ ହଜାର ଟଙ୍କାର ଭାଉଚର। ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ କରିପାରିବେ ଖର୍ଚ୍ଚ ।

What's Your Reaction?

like

dislike

love

funny

angry

sad

wow