ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯିବେ ଜୋ ବାଇଡେନ୍ !

Jul 19, 2024 - 12:18
 0  4
ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯିବେ ଜୋ ବାଇଡେନ୍ !

ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ବାଇଡେନ୍‌ । ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଅଛି ରାଷ୍ଟ୍ରପତି ନିର୍ବାଚନ । କିନ୍ତୁ ନିର୍ବାଚନରୁ ଜୋ ବାଇଡେନ୍ ଓହରି ଯିବେ ବୋଲି ଜଣାପଡ଼ିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ରାଷ୍ଟ୍ରପତି ଜୋ ବାଇଡେନ୍‌ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ସେ ତାଙ୍କ ଉତ୍ତରାଧିକାରୀ ଭାବରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ସମର୍ଥନ କରିବେ ନାହିଁ। ବୋଧହୁଏ ସେ ଏକ ଖୋଲା ପ୍ରକ୍ରିୟାକୁ ସମର୍ଥନ କରିବେ, ଯାହା ଅନ୍ୟ କିଛି ପ୍ରାର୍ଥୀଙ୍କ ପାଇଁ ବାଟ ଖୋଲିବ। ତେବେ ଅନେକ ଗଣମାଧ୍ୟମ ରିପୋର୍ଟରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଉପରାଷ୍ଟ୍ରପତି କମଲା ହାରିସ୍‌ ନିର୍ବାଚିତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ବାଇଡେନ ନିର୍ବାଚନ ଲଢ଼ିଲେ ଆଉ ଜିତିପାରିବେନି ଜାଣି ଏଥିରୁ ଓହରି ଯାଉଥିବାର ମଧ୍ୟ ହେଉଛି ଚର୍ଚ୍ଚା ।

What's Your Reaction?

like

dislike

love

funny

angry

sad

wow