ରାହୁଲ କରୁଛନ୍ତି ଏକ ଭିନ୍ନ ପ୍ରକାରର ରାଜନୀତି : ସ୍ମୃତି ଇରାନୀ
![ରାହୁଲ କରୁଛନ୍ତି ଏକ ଭିନ୍ନ ପ୍ରକାରର ରାଜନୀତି : ସ୍ମୃତି ଇରାନୀ](https://kalingascroll.in/uploads/images/202408/image_870x_66d017bbd3cdd.jpg)
ରାହୁଲଙ୍କ ପ୍ରତି ଧାରଣା ବଦଳାଇଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ। ସେ ରାହୁଲଙ୍କୁ କରିଛନ୍ତି ଖୋଲାଖୋଲି ପ୍ରଶଂସା। ଏକ ପଡକାଷ୍ଟରେ ସ୍ମୃତି ଇରାନୀ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସ୍ଵଭାବ ଏବଂ ରାଜନୀତି କରିବାର ଉପାୟରେ ଆସିଛି ବଡ଼ ପରିବର୍ତ୍ତନ। ବର୍ତ୍ତମାନ ସମୟରେ ସେ ଯାହା ବି ମନ୍ତବ୍ୟ ଦେଉଛନ୍ତି, ଅତ୍ୟନ୍ତ ଭାବିଚିନ୍ତି କହୁଛନ୍ତି। ପ୍ରତ୍ୟେକ କଥା କହିବା ପୂର୍ବରୁ ସେଥିପ୍ରତି ଧ୍ୟାନ ଦେଉଛନ୍ତି। ରାହୁଲ ସଂସଦକୁ ଟି-ଶାର୍ଟ ପିନ୍ଧି ଆସୁଛନ୍ତି ଅର୍ଥ ସେ ଜାଣନ୍ତି ଯୁବପିଢ଼ିଙ୍କୁ ଏହାଦ୍ଵାରା କି ବାର୍ତ୍ତା ମିଳିବ। ସ୍ମୃତି ଇରାନୀ ବିଜେପିକୁ ସତର୍କ କରାଇ କହିଛନ୍ତି, ଆମକୁ କୌଣସି ପ୍ରକାର ଭ୍ରମରେ ନ ରହିବା ଅନୁଚିତ। ରାହୁଲ ଏବେ ଏକ ଭିନ୍ନ ପ୍ରକାରର ରାଜନୀତି କରୁଛନ୍ତି।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)