ରାହୁଲଙ୍କ ଉପରେ ବର୍ଷିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।
ରାହୁଲଙ୍କ ଉପରେ ବର୍ଷିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଆମେରିକାରେ ରାହୁଲଙ୍କ ବୟାନକୁ ନେଇ ଅସନ୍ତୋଷ ଝାଡିଛନ୍ତି ଅମିତ ଶାହା । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶାହା ଲେଖିଛନ୍ତି , ରାଷ୍ଟ୍ର ବିରୋଧୀ କଥାବାର୍ତ୍ତା କରିବା ଏବଂ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତି ସହିତ ଛିଡା ହେବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପାର୍ଟିର ଏକ ଅଭ୍ୟାସ। ସଂରକ୍ଷଣ ବିରୋଧୀ ଏଜେଣ୍ଡାକୁ ସମର୍ଥନ କିମ୍ବା ବିଦେଶୀ ଫୋରମରେ ଭାରତ ବିରୋଧୀ କଥା ହେଉ, ଦେଶର ସୁରକ୍ଷା ତଥା ଭାବନାକୁ ସର୍ବଦା କ୍ଷତି ପହଞ୍ଚାଉଛନ୍ତି ରାହୁଲ ଗାନ୍ଧୀ। ଭାଷା ଠାରୁ ଭାଷା, ଅଞ୍ଚଳରୁ ଅଞ୍ଚଳ ଏବଂ ଧର୍ମରୁ ଧର୍ମକୁ ଭେଦଭାବ ବିଷୟରେ କହିବା ରାହୁଲ ଗାନ୍ଧୀଙ୍କ ବିଭେଦକାରୀ ଚିନ୍ତାଧାରାକୁ ଦର୍ଶାଉଛି। ଦେଶରୁ ସଂରକ୍ଷଣ ସମାପ୍ତି ବିଷୟରେ କଥାବାର୍ତ୍ତା କରି ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରାକୁ ଆଣିଛନ୍ତି ଦେଶ ସାମ୍ନାକୁ । ମୁଁ ରାହୁଲ ଗାନ୍ଧୀଙ୍କୁ କହିବାକୁ ଚାହେଁ ଯେ ପର୍ଯ୍ୟନ୍ତ ଭାଜପା ଅଛି, ସଂରକ୍ଷଣକୁ କେହି ଛୁଇଁ ପାରିବେ ନାହିଁ ଏବଂ ଦେଶର ଏକତା ସହ କେହି ଖେଳି ପାରିବେ ନାହିଁ ବୋଲି କହିଛନ୍ତି ଅମିତ ଶାହା ।
What's Your Reaction?