ଶେଷ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ।
ଶେଷ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୩୧ରେ ହୋଇଥିଲା ଶେଷ । ସେହିପରି ଅଜୀ୯ ଶେଷ ହୋଇଛି ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ। ହେଲେ ଏହି ଅଧିବେଶନରେ ଥିଲା ବାକି ଆଉ ଦୁଇଟି କାର୍ଯ୍ୟଦିବସ। ମାତ୍ର ଗୃହରେ କୌଣସି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟ ନଥିବାରୁ ଅଧିବେଶନକୁ ଶେଷ କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିଲେ ପ୍ରସ୍ତାବ। ତାହା ବାଚନିକ ଭୋଟ୍ରେ ହୋଇଥିଲା ପାରିତ । ଏହି ଅଧିବେଶନ ଅନେକ ଦୃଷ୍ଟିରୁ ଥିଲା ଗୁରୁତ୍ବପୂର୍ଣ୍ଣ ।ଅଧିବେଶନ ସରିବା ପୂର୍ବରୁ କଂଗ୍ରେସ, ବିଜେଡି ବିଧାୟକଙ୍କ ମଧ୍ୟରେ ଦେଖାଦେଇଥିଲା ହଟ୍ଟଗୋଳ। ୩ ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ କରି ବିରୋଧୀ କଂଗ୍ରେସ ଏବଂ ବିଜେଡି ସଦସ୍ୟ ଗୃହ ଭିତରେ କରିଥିଲେ ହଟ୍ଟଗୋଳ। ଏପରିକି ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି ସହ ହଟ୍ଟଗୋଳ କରିଥିଲେ ବିରୋଧୀ।
What's Your Reaction?