ଇନ୍ଦିରା ଗାନ୍ଧୀଙ୍କ ଭଳି ହେବ ରାହୁଲଙ୍କ ଅବସ୍ଥା :ତରଭିନନ୍ଦର ସିଂହ ମାରବାହ

Sep 12, 2024 - 11:17
 0  3
ଇନ୍ଦିରା ଗାନ୍ଧୀଙ୍କ ଭଳି ହେବ ରାହୁଲଙ୍କ ଅବସ୍ଥା :ତରଭିନନ୍ଦର ସିଂହ ମାରବାହ

ରାହୁଲ ଗାନ୍ଧୀ ଶିଖକୁ ନେଇ କରିଥିବା ଟିପ୍ପଣୀ ଉପରେ ବଢିବାରେ ଲାଗିଛି  ବିବାଦ। ଭାରତରେ ଶିଖଙ୍କ ଧାର୍ମିକ ସ୍ୱାଧୀନତା ନ ଥିବା ଅଭିଯୋଗ କରିବା ପରେ ବିଜେପିର ଶିଖ ନେତାମାନେ ବୁଧବାର ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ । ଏହି ସମୟରେ ବିଜେପି ନେତା ତଥା ପୂର୍ବତନ ବିଧାୟକ ତରଭିନନ୍ଦର ସିଂହ ମାରବାହ ରାହୁଲ ଗାନ୍ଧୀଙ୍କୁ ଇନ୍ଦିରା ଗାନ୍ଧୀଙ୍କ ପରି ଅବସ୍ଥା ଭୋଗିବେ ବୋଲି ଧମକ ଦେଇଥିବା ଅଭିଯୋଗ କରିଛି କଂଗ୍ରେସ  ।ଏନେଇ  କଂଗ୍ରେସ ଏକ୍ସ ହ୍ୟାଣ୍ଡେଲରେ ୧୧ ସେକେଣ୍ଡର ଏକ ଭିଡିଓ କରିଛି ସେୟାର କରି ଲେଖିଛି ନରେନ୍ଦ୍ର ମୋଦୀ ଜୀ ଆପଣଙ୍କ ପାର୍ଟିର ଏହି ନେତାଙ୍କ ଧମକ ଉପରେ ଆପଣ ଚୁପ୍ ହୋଇ ରହି ପାରିବେ ନାହିଁ । ଆପଣଙ୍କ ଘୃଣାର ଫ୍ୟାକ୍ଟ୍ରିର ଏହା ହେଉଛି ଏକ ପ୍ରଡକ୍ଟ । ଏହା ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିବ । ଏହି ପ୍ରସଙ୍ଗ ଉପରେ ବିଜେପିର ଆସିନାହିଁ ପ୍ରତିକ୍ରିୟା । ତେବେ ଏକ୍ସରେ ଜବାବ ଦେଇ ଅନେକ ଲୋକ କଂଗ୍ରେସକୁ ମନେ ପକାଇ ଦେଇଛନ୍ତି ଯେ, ମାରବାହ ଦିନେ କଂଗ୍ରେସର ନେତା ଥିଲେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ କରୁଥିଲେ ପ୍ରଶଂସା । 

What's Your Reaction?

like

dislike

love

funny

angry

sad

wow