ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ବୟସ୍କ ବ୍ୟକ୍ତି।

Sep 12, 2024 - 11:00
 0  3
ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ବୟସ୍କ ବ୍ୟକ୍ତି।

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି। ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ବୟସ୍କ ବ୍ୟକ୍ତି। ଚୁନରା ସେବକ ଚଢ଼ୁଥିବା ସିକୁଳି ବିନା ସେ ଚଢି ଯାଇଥିଲେ ଦଧିନଉତି ଉପରକୁ ।  ବହୁ ଉଦ୍ୟମ ପରେ ତାଙ୍କୁ କରାଯାଇଛି ଉଦ୍ଧାର। ପରେ ବ୍ୟକ୍ତିଙ୍କୁ ନିଆଯାଇଛି ସିଂହଦ୍ବାର ଥାନାକୁ। ତେବେ ଏହି ବ୍ୟକ୍ତି ଜଣକ କିପରି ଦଧିନଉତି ପର୍ଯ୍ୟନ୍ତ ଚଢ଼ିଲେ ସେନେଇ ଜଣା ପଡ଼ିନଥିବା ବେଳେ, ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସେବାୟତ ଉଠାଇଛନ୍ତି ପ୍ରଶ୍ନ । ପୁରୀ ଏସପି ପିନାଙ୍କ ମିଶ୍ରଙ୍କ ସୂଚନା ଅନୁଯାୟୀ, ‘‘ ବ୍ୟକ୍ତି ଛତ୍ରପୁରର ବଳରାମ ମହାରଣା । ସେ ଭୟଭୀତ ଥିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କରାଯିବ ପଚରାଉଚରା।ଗଣମାଧ୍ୟମରେ ବ୍ୟକ୍ତି ଜଣକ ପ୍ରତିକ୍ରିୟାରେ କହିଛନ୍ତି, ସେ ଆଗରୁ ମଧ୍ୟ ଚଢ଼ିଛନ୍ତି ଶ୍ରୀମନ୍ଦିର । ପତିତ ପାବନ ବାନା ଖସିଯାଇଥିଲା । ସେଥିପାଇଁ ସେ ଚଢ଼ିଥିଲେ ବୋଲି କହିଛନ୍ତି ଉକ୍ତ ବ୍ୟକ୍ତି ଜଣକ ।

What's Your Reaction?

like

dislike

love

funny

angry

sad

wow