ସଡକ ଦୁର୍ଘଟଣା ନେଲା ୫ ଛାତ୍ରଙ୍କ ଜୀବନ

Aug 12, 2024 - 11:21
 0  5
ସଡକ ଦୁର୍ଘଟଣା ନେଲା ୫ ଛାତ୍ରଙ୍କ ଜୀବନ

ତାମିଲନାଡୁର ଚେନ୍ନାଇରୁ ଆନ୍ଧ୍ରପ୍ରଦେଶର ତିରୁପତିକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏକ ଟ୍ରକ୍ ଓ କାର୍ ରବିବାର ରାତିରେ ଧକ୍କା ହେବାଫଳରେ ୫ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ହୋଇଛନ୍ତି  ଆହତ। ଏକ ଘରୋଇ ବିଶ୍ୱବିଦ୍ୟାଳୟର ଥିଲେ ଏହି ଛାତ୍ରଛାତ୍ରୀମାନେ । ରବିବାର ରାତିରେ କୌଣସି କାମରେ ଏକ କାରରେ ବାହାରିଥିବା ବେଳେ ତିରୁଭଲ୍ଲୁର ଜିଲ୍ଲା ରାମନଜେରି ନିକଟରେ କଣ୍ଟେନର ସହ ହୋଇଥିଲା ଧକ୍କା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଛାତ୍ରମାନଙ୍କୁ ଉଦ୍ଧାର କରି  ହାସପାତାଳରେରେ ଭର୍ତି କରିଥିଲେ। କେକେ ଚତରାମ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। 

What's Your Reaction?

like

dislike

love

funny

angry

sad

wow