ହାତୀପଲଙ୍କ ଉପଦ୍ରବ : ୪ ବର୍ଷର ଶିଶୁ ମୃତ

Aug 3, 2024 - 15:10
 0  2
ହାତୀପଲଙ୍କ ଉପଦ୍ରବ : ୪ ବର୍ଷର ଶିଶୁ ମୃତ

ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ଗ୍ରାମରେ ରାତିରେ ୭ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ । ଗାଁକୁ ପଶିଆସି ଏକ ଘର ଉପରେ ଆକ୍ରମଣ କରୁଥିବା ବେଳେ କାନ୍ଥତଳେ ଚାପିହୋଇ ଦୁଇ ବର୍ଷର ଶିଶୁପୁତ୍ରର ଘଟିଛି ଶୋଚନୀୟ ମୃତ୍ୟୁ । ମୃତକ ହେଉଛନ୍ତି ଗ୍ରାମର ଯୁଧିଷ୍ଠିର କିସ୍କୁ ଏବଂ ରୀନା କିସ୍କୁଙ୍କ ଏକମାତ୍ର ଶିଶୁପୁତ୍ର ଦିବ୍ୟପ୍ରକାଶ କିସ୍କୁ। ସୂଚନା ମୁତାବକ, ଦୁଇଟି ହାତୀ ଯୁଧିଷ୍ଠିରଙ୍କ ଘର ଉପରେ ଘନଘନ ଆକ୍ରମଣ କରିଥିଲେ। ଯାହାଫଳରେ  ଚଟାଣରେ ଶୋଇଥିବା ଦିବ୍ୟପ୍ରକାଶଙ୍କ ଉପରେ କାନ୍ଥ ଗଡି ପଡ଼ିଥିଲା। ପରେ ଦିବ୍ୟପ୍ରକାଶଙ୍କୁ ଉଦ୍ଧାରକରି ପରିବାରଲୋକେ ବନବିଭାଗ ସହାୟତାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

What's Your Reaction?

like

dislike

love

funny

angry

sad

wow