୯୫ ବର୍ଷ ବୟସରେ ଦେବ ଦଳନ ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ପରଲୋକ

Aug 9, 2024 - 13:14
 0  1
୯୫ ବର୍ଷ ବୟସରେ ଦେବ ଦଳନ ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ପରଲୋକ

ଦେବ ଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣ ମହାରଣାଙ୍କ ୯୫ ବର୍ଷ ବୟସରେ ପରଲୋକ ।  ନିଜ ମାର୍କଣ୍ଡଶ୍ୱର ସାହି ବାସଭବନରେ ଆଜି ସକାଳ ପ୍ରାୟ ୬ଟା ସମୟରେ ହୋଇଛି ପରଲୋକ । ସେ ମହାପ୍ରଭୁଙ୍କର ୪ଟି ନବକଳେବର ଓ ୫୦ରୁ ଅଧିକ ରଥ କରିଥିଲେ  ନିର୍ମାଣ । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା ଓ ତିନିରଥର ମୁଖ୍ୟ ତତ୍ତ୍ୱାବଧାରକ ଭାବେ ଅନେକ ବର୍ଷ ତୁଲାଇଥିଲେ ଦାୟିତ୍ୱ । ସେ ରଥ ନିର୍ମାଣ ବିଶ୍ୱକର୍ମାଙ୍କ ମଧ୍ୟରେ ରହିଥିଲେ  ସବୁଠୁ ବୟସ୍କ ଓ ଅଭିଜ୍ଞ । ସେପଟେ ବାର୍ଦ୍ଧକ୍ୟ ସତ୍ତ୍ୱେ କୋଭିଡ ସମୟରେ ରଥ ନିର୍ମାଣ ଓ ରଥଯାତ୍ରା ରେ ବି ତାଙ୍କ ଭୁମିକା ବେଶ୍ ପ୍ରଶଂସନୀୟ ଥିଲା। 

What's Your Reaction?

like

dislike

love

funny

angry

sad

wow