୨ ଗୁଣା ବୃଦ୍ଧି ପାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 

Jun 29, 2024 - 16:42
 0  2
୨ ଗୁଣା ବୃଦ୍ଧି ପାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 

ରାଜ୍ୟରେ ବଢୁଛି ଡେଙ୍ଗୁ ଆତଙ୍କ। ସୂଚନା ଅନୁଯାୟୀ ଏ ବର୍ଷ ଦୁଇ ଗୁଣା ବୃଦ୍ଧି ପାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗୁରୁବାର ସୁଦ୍ଧା ରାଜ୍ୟରେ ୨୮୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ ଜଣ ଚିହ୍ନଟ ହୋଇଛନ୍ତି । ସହରାଞ୍ଚଳରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ କଟକ, ଭୁବନେଶ୍ୱରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଗକୁ ବି ବର୍ଷା ଅଛି, ଏଣୁ ଅଧିକ ସତର୍କ ରହିବାକୁ ପଦକ୍ଷେପ ନିଆଯାଇଛି । ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଟେଷ୍ଟ ସଂଖ୍ୟା ବଢାଯାଇଥିବାରୁ ରୋଗୀ ମଧ୍ୟ ଅଧିକ ଚିହ୍ନଟ ହେଉଛନ୍ତି । 

What's Your Reaction?

like

dislike

love

funny

angry

sad

wow