ଅମରନାଥ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Jun 29, 2024 - 16:21
 0  2
ଅମରନାଥ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଅମରନାଥ ଯାତ୍ରା । ଯାହା ୧୯ ଅଗଷ୍ଟରେ ଶେଷ ହେବ । ପବିତ୍ର ଅମରନାଥ ଯାତ୍ରାର ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ତୀର୍ଥଯାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ପବିତ୍ର ଅମରନାଥ ଯାତ୍ରା ଆରମ୍ଭରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ମୋର ହୃଦୟରୁ ଶୁଭେଚ୍ଛା। ବାବା ବାରଫାନୀଙ୍କ ଦର୍ଶନ ଏବଂ ଉପାସନା ସହ ଜଡିତ ଏହି ଯାତ୍ରା ପ୍ରଭୁ ଶିବଙ୍କ ଭକ୍ତମାନଙ୍କ ମଧ୍ୟରେ ଅପାର ଶକ୍ତି ଭରିଦେଉ। ତାଙ୍କ ଅନୁଗ୍ରହରେ, ସମସ୍ତ ଭକ୍ତଙ୍କ କଲ୍ୟାଣ ହେଉ ଏହା ହିଁ, ମୋର ଇଚ୍ଛା ।
ଅଧିକାରୀଙ୍କ ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ୪,୦୨୯ ଯାତ୍ରୀଙ୍କର ୨୦୦ ଟି ଯାନରରେ ଜମ୍ମୁର ଭଗବତୀ ନଗର ଯାତ୍ରୀ  ନିବାସରୁ କାଶ୍ମୀର ଉପତ୍ୟକାକୁ ବାହାରିଛି। ଏଥିମଧ୍ୟରୁ ୧,୮୫୦ ତୀର୍ଥଯାତ୍ରୀ ସକାଳ ୪ ଟାରେ ୧୦୪ ଟି ଗାଡିରେ ବାଲଟାଲ ବେସ କ୍ୟାମ୍ପକୁ ବାହାରଛି । ଆଉ ୨,୧୭୯ ତୀର୍ଥଯାତ୍ରୀ ସକାଳ ୪.୩୦ ରେ ୯୬ ଟି ଗାଡିରେ ନହୱାନ ବେସ କ୍ୟାମ୍ପକୁ ବାହାରିଛନ୍ତି ।

What's Your Reaction?

like

dislike

love

funny

angry

sad

wow