୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌

Feb 1, 2026 - 16:12
 0  1
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ନିଜର ନବମ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌।କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ଏହି ପ୍ରଥମ ବଜେଟରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ପାଇଁ ନିଜର ସଂକଳ୍ପ ଦୋହରାଇଛନ୍ତି ସରକାର। ଏହି ସଂକଳ୍ପକୁ ପୂରଣ କରିବା ପାଇଁ ତିନୋଟି ‘କର୍ତ୍ତବ୍ୟ’ ଉପରେ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ।ପ୍ରଥମ କର୍ତ୍ତବ୍ୟ ହେଉଛି ଆର୍ଥିକ ଅଭିବୃଦ୍ଧିକୁ ସ୍ଥାୟୀ ଭାବରେ ତ୍ୱରାନ୍ୱିତ କରିବା । ଦ୍ୱିତୀୟ କର୍ତ୍ତବ୍ୟ ଲୋକଙ୍କ ଆକାଂକ୍ଷା ପୂରଣ କରିବା ଏବଂ ତୃତୀୟ କର୍ତ୍ତବ୍ୟ ହେଉଛି ସମ୍ବଳ, ସୁବିଧା ,ସୁଯୋଗ ପ୍ରତି ସମସ୍ତଙ୍କର ସମାନ ପହଞ୍ଚ ସୁନିଶ୍ଚିତ କରିବା ।

ଚଳିତ ବଜେଟରେ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶାରେ ହେବ ଖଣିଜ କରିଡର । ଓଡ଼ିଶାର ଅନୁଗୁଳ ଓ ତାଳଚେରରେ ହେବା ନେଇ କହିଛନ୍ତି ନିର୍ମଳା ସୀତାରମଣ। ସେହିପରି ଆନ୍ଧ୍ର, କେରଳ ଓ ତାମିଲନାଡୁରେ ହେବ ଖଣିଜ କରିଡ଼ର।ବଜେଟରେ ଦିଲ୍ଲୀ-ବାରାଣସୀ କରିଡର ସମେତ ସାତଟି ହାଇ-ସ୍ପିଡ୍ ରେଳ କରିଡର ନେଇ ହୋଇଛି ଘୋଷଣା ।ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚଟି ଶିଳ୍ପ କ୍ଷେତ୍ରରେ କାର୍ବନ କ୍ୟାପଚର ପାଇଁ ୨୦,୦୦୦ କୋଟି ଦିଆଯାଇଛି ପ୍ରସ୍ତାବ ।ଜାତୀୟ ହସ୍ତତନ୍ତ ନୀତି ମାଧ୍ୟମରେ କାରିଗରମାନଙ୍କ ପାଇଁ ପ୍ରୋତ୍ସାହନ ଏବଂ ସମର୍ଥନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।ସେହିପରି ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍।ଏଥିପାଇଁ ୪୦,୦୦୦ କୋଟିର ହୋଇଛି ବ୍ୟୟବରାଦ।ଭାରତର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଜେଟରେ ଘୋଷଣା ହୋଇଛି ଇଣ୍ଡିଆ  ସେମିକଣ୍ଡକ୍ଟର ମିଶନ  ୨.୦ ର ଶୁଭାରମ୍ଭ । 


 ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଶେଷ କରି ଛାତ୍ରୀମାନଙ୍କ ରହଣି ସମସ୍ୟା ଦୂର କରିବା ପାଇଁ ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ କନ୍ୟା ଛାତ୍ରୀନିବାସ କରାଯିବ ପ୍ରତିଷ୍ଠା ।ସେହିପରି ଦେଶରେ ଆରମ୍ଭ ହେବ ଆୟୁର୍ବେଦର ଯୁଗ ।ଆୟୁର୍ବେଦକୁ ଆହୁରି ମଜବୁତ କରିବା ପାଇଁ, ଘୋଷଣା ହୋଇଛି ତିନୋଟି ନୂତନ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ପ୍ରତିଷ୍ଠା । ଦେଶରେ ଅଧିକ ସଂଖ୍ୟକ ହାସପାତାଳ ନିର୍ମାଣ ସହ ମାନସିକ ସ୍ୱାସ୍ଥ୍ୟ ପାଇଁ ଖୋଲାଯିବ ସ୍ୱତନ୍ତ୍ର କେନ୍ଦ୍ର । ସାଧାରଣ ଲୋକେ ଯେପରି ସହଜରେ ଓ ଶସ୍ତାରେ ଉନ୍ନତ ଚିକିତ୍ସା ପାଇପାରିବେ, ତାହା କରାଯାଇଛି ନିଶ୍ଚିତ ।

ବଜେଟ୍ ୨୦୨୬ରେ ଚାଷୀମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଉଚ୍ଚ ମୂଲ୍ୟର କୃଷିଜାତ ଦ୍ରବ୍ୟ ଯଥା କାଜୁ, କୋକୋ ଏବଂ ଚନ୍ଦନ ଚାଷ ଉପରେ ଦିଆଯାଇଛି ସ୍ୱତନ୍ତ୍ର ଗୁରୁତ୍ୱ । ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ିତୋଳିବାକୁ ରଖାଯାଇଛି ଲକ୍ଷ୍ୟ । ଏଥିସହିତ କଞ୍ଚାମାଲ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ଏକ ସମର୍ପିତ କାର୍ଯ୍ୟକ୍ରମ ଆରମ୍ଭ କରିବେ ସରକାର ।ମତ୍ସ୍ୟଚାଷ, ପଶୁପାଳନ ପାଇଁ ପ୍ରୋତ୍ସାହନ ଦିଆଯାଇ କୃଷି ଭିତ୍ତିକ ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି କରାଯିବାକୁ ରଖା ଯାଇଛି ଲକ୍ଷ୍ୟ  

ନୂତନ ଆୟକର ସମ୍ପର୍କରେ ଏକ ବଡ଼ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ,ସରଳୀକୃତ କରାଯିବ ଆୟକର ଫର୍ମ। ନୂତନ ଆଇନ ୧ ଏପ୍ରିଲ, ୨୦୨୬ରୁ ହେବ କାର୍ଯ୍ୟକାରୀ । ଏହି ଆଇନରେ ଯାନ୍ତ୍ରିକ ତ୍ରୁଟି ପାଇଁ ଦଣ୍ଡକୁ ଜରିମାନା ସହିତ ବଦଳାଇବାକୁ ଦିଆଯାଇଛି ପ୍ରସ୍ତାବ । ଛୋଟ ଟିକସ ଅପରାଧ ପାଇଁ କେବଳ ଜରିମାନା ହେବ ଲାଗୁ । ବିଦେଶ ଯାତ୍ରା ଉପରେ ହ୍ରାସ କରାଯିବ ଟିକସ । ୩୧ ଜୁଲାଇ ପର୍ଯ୍ୟନ୍ତ ଦାଖଲ କରାଯାଇପାରିବ ରିଟର୍ଣ୍ଣ । ଏହି ଆଇନରେ ଅଘୋଷିତ ଆୟକୁ ୧ କୋଟି ପର୍ଯ୍ୟନ୍ତ ସୀମିତ କରିବାର ଅଛି ପ୍ରସ୍ତାବ।ବଜେଟ୍ ୨୦୨୬-୨୭ରେ ଆର୍ଥିକ ନିଅଣ୍ଟ ଜିଡିପିର ୪.୩ ପ୍ରତିଶତ କରାଯାଇଛି ଆକଳନ  ।

କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ଯୋଜନାର ସଫଳତା ପରେ, ‘ଶି ମାର୍ଟସ’ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ମାର୍ଟଗୁଡ଼ିକ ସ୍ବୟଂ ସହାୟକ ଉଦ୍ୟୋଗୀମାନଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଖୁଚୁରା ଦୋକାନ ଭାବରେ କରିବ କାର୍ଯ୍ୟ 

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୭.୮୫ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ଗତ ଆର୍ଥିକ ବର୍ଷର ୬.୮୧ ଲକ୍ଷ କୋଟି ଟଙ୍କା ତୁଳନାରେ ଏକ ବଡ଼ ବୃଦ୍ଧି। ଯାହା ଦେଶର ମୋଟ ଜିଡିପି ର ପ୍ରାୟ ୧୧ ପ୍ରତିଶତ।

ତେବେ ବଜେଟ୍ ଆସିବା ପରେ ମଧ୍ୟବିତ୍ତଙ୍କୁ ମିଳିଛି ଆଶ୍ୱସ୍ତି । ଶସ୍ତା ହୋଇଛି  ଅନେକ ଜିନିଷ।କର୍କଟ ଏବଂ ମଧୁମେହ ଔଷଧ, ବ୍ୟାଟେରୀ, ବିମାନ ଇନ୍ଧନ, ଇଭି-କାର୍, ସୋଲାର ଉପକରଣ, ଜୋତା, ମାଇକ୍ରୋଓ୍ୱେଭ୍, ,ସମୁଦ୍ରଜାତ ଖାଦ୍ୟ, ବ୍ୟାଗ୍, ସିଏନଜି, ବିଦେଶ ପାଠପଢା ହୋଇଛି ଶସ୍ତା।ସେହିପରି ମହଙ୍ଗା ହୋଇଛି ମଦ, ଖଣିଜ ପଦାର୍ଥ, ସ୍କ୍ରାପ୍, ସିଗାରେଟ୍, ପାନମସଲା, ବିଦେଶୀ ଘଣ୍ଟା, ବିଦେଶୀ ପୋଷାକ, ବିଦେଶରୁ ଆମଦାନୀ କାର୍।

What's Your Reaction?

like

dislike

love

funny

angry

sad

wow