ଅଗଷ୍ଟ ୧୫କୁ ନେଇ ସତର୍କ ସୂଚନା ଜାରି କରିଛି ଗୁପ୍ତଚର ଏଜେନ୍ସି
ଅଗଷ୍ଟ ୧୫କୁ ନେଇ ଏକ ବଡ଼ ସତର୍କ ସୂଚନା ଜାରି କରିଛି ଦେଶର ସୁରକ୍ଷା ଏବଂ ଗୁପ୍ତଚର ଏଜେନ୍ସି । ଅଗଷ୍ଟ ୧୫କିମ୍ବା ତା ପୂର୍ବରୁ ଜମ୍ମୁ କଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରାଯାଇପାରିବ ବୋଲି ଏହି ସତର୍କ ସୂଚନାରେ କହିଛି ସୁରକ୍ଷା ଏଜେନ୍ସି । ଗୁପ୍ତଚର ଇନପୁଟରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ ଜମ୍ମୁ କଶ୍ମୀର ଆତଙ୍କବାଦୀଙ୍କ ଟାର୍ଗେଟ, ତେଣୁ ବହୁତ ସତର୍କ ରହିବା ଆବଶ୍ୟକ ପୋଲିସ ପ୍ରଶାସନ। ଏହି ସତର୍କ ସୂଚନା ପରେ ଜମ୍ମୁ କଶ୍ମୀର ପୋଲିସ ମଧ୍ୟ ସତର୍କତା ବୃଦ୍ଧି କରିଛି। ପୋଲିସର ପାଟ୍ରୋଲିଂକୁ ମଧ୍ୟ ବୃଦ୍ଧି କରାଯାଇଛି।
What's Your Reaction?