ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍

ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍

ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ୍‌।ଏନେଇ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା କ୍ୟାପିଟାଲ୍‌ ରିଜିୟନ ଅର୍ବାନ୍‌ ଟ୍ରାନ୍ସପୋର୍ଟ, ଶକ୍ତି ବିଭାଗର ଗ୍ରୀଡ୍‌ କର୍ପୋରେଶନ୍‌ ଅଫ୍‌ ଓଡ଼ିଶା ଲିମିଟେଡ୍‌ ଏବଂ ଏନ୍‌ଟିପିସି ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ହୋଇଛି ସ୍ବାକ୍ଷର ।ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ ମଧ୍ୟରେ  ୩ଟି ବସ୍‌ ଚଳାଚଳ କରିବାର ରହିଛି ଲକ୍ଷ। ତେବେ ହାଇଡ୍ରୋଜେନ୍ ପ୍ରସ୍ତୁତି ନିମନ୍ତେ ଏନ୍‌ଟିପିସିକୁ ଗାଡକଣଠାରେ ଏକ ଜାଗା ପ୍ରଦାନ କରିଛନ୍ତି ରାଜ୍ୟ ସରକାର, ଯେଉଁଠି ନର୍ଦ୍ଦମା ଜଳରୁ ହାଇଡ୍ରୋଜେନ୍ ପ୍ରସ୍ତୁତ କରିବ ଏନ୍‌ଟିପିସି ।ଥରକେ ବସ୍‌ରେ ଭର୍ତ୍ତି ହୋଇ ପାରିବ ୫୮ କେଜି ହାଏଡ୍ରୋଜେନ୍ ଏବଂ ଥରକେ ବସ୍‌ଟି ୬୦୦ କିମି ଯାଏ  କରିବ ଯାତ୍ରା । ବସ୍‌ର ଦାମ ପ୍ରାୟ ୨ କୋଟି ଟଙ୍କା ରହିବ ବୋଲି ସୂଚନା ଦେଇଛନ୍ତି ଏନ୍‌ଟିପିସି କର୍ତ୍ତୃପକ୍ଷ।