ଅସ୍ଥାୟୀ ଭାବେ ବନ୍ଦ ହେଲା ଚାରିଧାମ ଯାତ୍ରା
ଉତ୍ତରାଖଣ୍ଡର ଗଢ଼ବାଲ ଅଞ୍ଚଳରେ ପ୍ରବଳ ବର୍ଷାର ଚେତାବନୀ ପରେ ରବିବାର ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି ଚାରିଧାମ ଯାତ୍ରା। ପାଣିପାଗ ବିଭାଗର ସୂଚନା ଅନୁସାରେ, ଜୁଲାଇ ୭-୮ରେ ପ୍ରବଳ ବର୍ଷା ହେବାର ରହିଛି ଆଶଙ୍କା । ତେଣୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪ଧାମ ଯାତ୍ରାକୁ ବନ୍ଦ କରିବା ପାଇଁ ନିଆଯାଇଛି ନିର୍ଣ୍ଣୟ । ଏଥିସହିତ ତୀର୍ଥଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି କି ଜୁଲାଇ ୮ତାରିଖରେ ଋଷିକେଶ ଠାରୁ ଆଗକୁ ୪ଧାମ ଯାତ୍ରା କରିବାକୁ ଯୋଜନା ରଖିଥିଲେ ତାହାକୁ ବାତିଲ କରି ଦିଅନ୍ତୁ। ଉତ୍ତରାଖଣ୍ଡରେ ଭିନ୍ନଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେତୁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇ ବଦ୍ରିନାଥ ଯିବାକୁ ଥିବା ଜାତୀୟ ରାଜପଥରେ ପାହାଡରୁ ପଥର ଖସିବା ହେତୁ ରାସ୍ତା ବନ୍ଦ ହୋଇଯାଇଛି।
What's Your Reaction?