ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା

Jul 7, 2024 - 16:26
 0  6
ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ତେବେ ଏହାର ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା । ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ରହିଛି ସମ୍ଭାବନା । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ହେବ ପ୍ରବଳ ବର୍ଷା । କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସ୍ଥାନେ ସ୍ଥାନେ ହୋଇପାରେ ପ୍ରବଳରୁ ପ୍ରବଳତର ବର୍ଷା । ସୋମବାର ରାଜ୍ୟର ଅନେକ ସ୍ଥାନରେ ଅଛି ବର୍ଷା ସମ୍ଭାବନା । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ହୋଇପାରେ ପ୍ରବଳ ବର୍ଷା । ୯ ଓ ୧୦ ତାରିଖ ଅଳ୍ପ କିଛି ସ୍ଥାନରେ ହେବ ବର୍ଷା । ୧୧ ଓ ୧୨ରେ ଅନେକ ଅଞ୍ଚଳରେ ଅଛି ପ୍ରବଳ ବର୍ଷା ସମ୍ଭାବନା ।

What's Your Reaction?

like

dislike

love

funny

angry

sad

wow