ଆଜିଠାରୁ ରାଜ୍ୟରେ ବଢ଼ିବ ତାତି

ଆଜିଠାରୁ ରାଜ୍ୟରେ ବଢ଼ିବ ତାତି । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ତାପମାତ୍ରା । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୪୦ ଡିଗ୍ରୀ ଟପିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ରବିବାର ୩୮.୫ ଡିଗ୍ରୀ ରେକର୍ଡ ସହ ସବୁଠୁ ତତଲା ଜିଲ୍ଲା ପାଲଟିଥିଲା ବୌଦ୍ଧ । ଟିଟିଲାଗଡ଼ରେ ୩୮, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୩୭.୪, ସୋନପୁରରେ ୩୭.୨, ଭବାନୀପାଟଣାରେ ୩୭ ଡିଗ୍ରୀ ହୋଇଛି ରେକର୍ଡ । ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୪ଡିଗ୍ରୀ ଓ କଟକରେ ୩୩ ଡିଗ୍ରୀ ରହିଥିଲା ତାପମାତ୍ରା ।
What's Your Reaction?






