ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ, ନାଗୋୟାରେ ଉଦ୍‌ଘାଟନୀ ସମାରୋହ

Sep 19, 2026 - 11:34
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ, ନାଗୋୟାରେ ଉଦ୍‌ଘାଟନୀ ସମାରୋହ

ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ । କ୍ରିକେଟ୍, ହକି, ବାସ୍କେଟବଲ୍ ଭଳି କିଛି ପ୍ରତିଯୋଗିତା ଆରମ୍ଭ ହୋଇସାରିଥିବା ବେଳେ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନୀ ସମାରୋହ ରହିଛି । 

ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ । କ୍ରିକେଟ୍, ହକି, ବାସ୍କେଟବଲ୍ ଭଳି କିଛି ପ୍ରତିଯୋଗିତା ଆରମ୍ଭ ହୋଇସାରିଥିବା ବେଳେ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନୀ ସମାରୋହ ରହିଛି । ଜାପାନ ନାଗୋୟାର ମିଜୁହୋ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦ୍‌ଘାଟନୀ ସମାରୋହ । ଉଦ୍‌ଘାଟନୀ ଉତ୍ସବରେ ଭାରତର ଜାତୀୟ ପତାକା ଧରିବେ ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର ଓ ଏସୀୟ କ୍ରୀଡ଼ା ସଟ୍‌ପୁଟ୍ ସ୍ବର୍ଣ୍ଣ ବିଜେତା ତଜିନ୍ଦରପାଲ୍ ସିଂହ ତୁର । ଭାରତୀୟ ସମୟ ଦିନ ୨ଟା ୩୦ରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ ଉଦ୍‌ଘାଟନୀ ସମାରୋହ । 

ଏସିଆର ଏହି କ୍ରୀଡ଼ା ମହାକୁମ୍ଭରେ ମୋଟ ୪୫ଟି ଦେଶର ୧୭ ହଜାର କ୍ରୀଡ଼ାବିତ୍ ଓ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ମୋଟ ୪୩ଟି କ୍ରୀଡ଼ାରେ ୪୬୯ଟି ଇଭେଣ୍ଟ ରହିଛି । ଭାରତରୁ ଏଥର ୪୯୯ ଜଣ କ୍ରୀଡ଼ାବିତ୍ ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ୨୬୭ ଜଣ ପୁରୁଷ ଓ ୨୩୨ ଜଣ ମହିଳା ଅଛନ୍ତି । ଭାରତୀୟ ଆଥ୍‌ଲେଟିକ୍ସ ଦଳରେ ମୋଟ ୭୪ ଜଣ ଆଥ୍‌ଲେଟ୍ ଅଛନ୍ତି । ମୋଟ ୪୩ଟି କ୍ରୀଡ଼ାରୁ ଭାରତ ୩୬ଟିରେ ଅଂଶଗ୍ରହଣ କରୁଛି । କ୍ରିକେଟ୍, ହକି, ବନ୍ଧୁକ ଚାଳନା, ମୁଷ୍ଟିଯୁଦ୍ଧ, ତୀରନ୍ଦାଜି, ବ୍ୟାଡ୍‌ମିଣ୍ଟନ ଏବଂ ଆଥ୍‌ଲେଟିକ୍ସରୁ ଭାରତ ପଦକ ଆଶା କରୁଛି ।  

What's Your Reaction?

like

dislike

love

funny

angry

sad

wow