ଆଜି ବି ଇଭିଏମ ଉପରେ ମୋର ଭରସା ନାହିଁ : ଅଖିଳେଶ ଯାଦବ
ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖି ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଖିଳେଶ ଯାଦବ । ୧୫ ଅଗଷ୍ଟ ଭାରତର ସ୍ୱାଧୀନତା ଦିବସ ଏବଂ ୪ ଜୁନ୍ ସାମ୍ପ୍ରଦାୟିକ ରାଜନୀତିରୁ ସ୍ୱାଧୀନତାର ଦିବସ । ଦେଶ କାହାର ବ୍ୟକ୍ତିଗତ ଆଂକାକ୍ଷାରେ ନୁହେଁ ବରଂ ଜନ ଆକାଂକ୍ଷାରେ ଚାଲିବ । କେବଳ ଏତିକି ନୁହେଁ ଇଭିଏମକୁ ନେଇ ସଂସଦରେ ବଡ ବୟାନ ରଖିଛନ୍ତି ଅଖିଳେଶ ଯାଦବ । ନିର୍ବାଚନ କମିଶନ ଭଳି ସଂସ୍ଥା ନିରପେକ୍ଷ ହେଲେ ହିଁ ଭାରତର ଗଣତନ୍ତ୍ର ମଜବୁତ ହେବ । ଏପରିକି ଆଜି ବି ଇଭିଏମ ଉପରେ ମୋର ଭରସା ନାହିଁ । ଉତ୍ତରପ୍ରଦେଶର ୮୦ରୁ ୮୦ ଆସନ ଜିତିଗଲେ ମଧ୍ୟ ଇଭିଏମ ଉପରେ ଭରସା ଆସିବନି । ଆମେ ନିର୍ବାଚନରେ କହିଥିଲୁ ଇଭିଏମରେ ଜିତିବୁ ଏବଂ ଇଭିଏମକୁ ହଟାଇବୁ । ଅଗ୍ନିବୀର ଯୋଜନାକୁ ନେଇ କହିଛନ୍ତି, ଅଗ୍ନିବୀର ଯୋଜନା ସାହାରାରେ ସୀମାର ସୁରକ୍ଷା କରାଯାଇ ପାରିବନି । ଇଣ୍ଡିଆ ମେଣ୍ଟର ସରକାର ଆସିଲେ, ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ କାମ କରିବ।
What's Your Reaction?