ଆମେରିକା-ଇରାନ ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ମଧ୍ୟସ୍ଥତା କରୁଛି ପାକିସ୍ତାନ

Apr 11, 2026 - 18:13
 0  1
ଆମେରିକା-ଇରାନ ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ମଧ୍ୟସ୍ଥତା କରୁଛି ପାକିସ୍ତାନ

ଆଶ୍ଚର୍ଯ୍ୟ ଲାଗିଲେ ଵି ସତ l ମୋଦିଙ୍କର ଟ୍ରମ୍ପଙ୍କ ସହ ଅତି ଉତ୍ତମ ସମ୍ପର୍କ ଦାବି ସତ୍ୱେ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ଏବେ ମଧ୍ୟସ୍ଥତା କରୁଛି ପାକିସ୍ତାନ। ଟ୍ରମ୍ପ ଭାରତକୁ ନେଇ ପାରି ନାହାନ୍ତି ଭରସାକୁ l ଭାରତର ଚିର ଶତ୍ରୁ ପାକିସ୍ତାନକୁ ଦେଇଛନ୍ତି ମଧ୍ୟସ୍ଥିର ଭୂମିକା l ଏଥିପାଇଁ  ଆମେରିକାର ପ୍ରତିନିଧିମଣ୍ଡଳୀ ସହିତ ପାକିସ୍ତାନର ଇସଲାମାବାଦରେ ପହଞ୍ଚିଛନ୍ତି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ। ସେ ଆଜି ଇରାନ ସହିତ ମଧ୍ୟ କରୁଛନ୍ତି ଆଲୋଚନା। ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛି ଇରାନ। ଆମେରିକା ସହିତ ଆଲୋଚନା ପୂର୍ବରୁ  ଲେବାନନକୁ ଶାନ୍ତି ଚୁକ୍ତିନାମାରେ ସାମିଲ କରିବାକୁ ଦାବି କରିଛି ଇରାନ ।

What's Your Reaction?

like

dislike

love

funny

angry

sad

wow