ଆସନ୍ତା ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ

Aug 9, 2024 - 15:26
 0  5
ଆସନ୍ତା ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ

ଆସନ୍ତା ନଭେମ୍ବର ମାସରୁ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସମନ୍ବୟ କମିଟିର ଅଧ୍ଯକ୍ଷ ଦେବୀପ୍ରସାଦ ମିଶ୍ର। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ହେଉଛନ୍ତି ଲୋକଙ୍କ ନେତା। ତେଣୁ ଲୋକଙ୍କ ପାଖକୁ ଯାଇ ବୁଝିବେ ସୁବିଧା ଅସୁବିଧା। ଜନସାଧାରଣଙ୍କ ସାଥିରେ ଯୋଡି ହେବା ପାଇଁ ବୁଲିବେ ବିଭିନ୍ନ ଜିଲ୍ଲା । ସଂଗଠନ ଓ କର୍ମୀଙ୍କୁ ସକ୍ରିୟ କରିବାକୁ ଦେବେ ପରାମର୍ଶ ।  ଲୋକଙ୍କ ହୃଦୟରେ ଅଛନ୍ତି ନବୀନ ପଟ୍ଟନାୟକ। ସବୁବେଳେ ଓଡିଶାର ବିକାଶ ପାଇଁ କାମ କରୁଛନ୍ତି ନବୀନ  l ତାଙ୍କର ଲକ୍ଷ୍ୟ ଓଡ଼ିଶାର ବିକାଶ ଆଉ ବିକାଶ ବୋଲି କହିଛନ୍ତି ଦେବୀ ପ୍ରସାଦ ମିଶ୍ର।

What's Your Reaction?

like

dislike

love

funny

angry

sad

wow