ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆଶଙ୍କା

ଇସ୍ରାଏଲ ଉପରେ ମାଡ଼ି ଆସୁଛି ବଡ଼ ସଙ୍କଟ । ହମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା ପରେ ଇରାନ-ଇସ୍ରାଏଲ ମଧ୍ୟରେ ବଢିଛି ଯୁଦ୍ଧ ଆଶଙ୍କା । ଆକ୍ରମଣର ରଣନୀତି ପ୍ରସ୍ତୁତ କରିଛନ୍ତି ଇରାନୀ ସେନା ଓ ହିଜବୁଲ୍ଲା । କୌଣସି ବି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ହୋଇପାରେ ବଡ଼ ଧରଣର ଆକ୍ରମଣ । ଏନେଇ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ,ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ବିପୁଳ ଅସ୍ତ୍ରଶସ୍ତ୍ର ଏକଜୁଟ କରୁଛି ଇରାନ୍। କୂଟନୈତିକ ସ୍ତରରେ ଆଲୋଚନା କରି କିଭଳି ଏ ମହାସଙ୍କଟକୁ ଏଡାଇ ହେବ, ସେ ଦିଗରେ ଜାରି ରହିବ ଆମ ଚେଷ୍ଟା। ଯୁଦ୍ଧ ନ କରିବା ପାଇଁ ଇରାନ ଉପରେ ସୃଷ୍ଟି କରାଯିବ ଚାପ । ସେପଟେ, ଯୁଦ୍ଧ ଆଶଙ୍କା ଭିତରେ ଏବେ ମଧ୍ୟ ପ୍ରାଚ୍ୟରେ ପହଞ୍ଚିସାରିଛି ଆମେରିକାର ଯୁଦ୍ଧ ଜାହାଜ, ଅନେକ ଫାଇଟର ଜେଟ୍। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ, ଯେକୌଣସି ବଡ ଆକ୍ରମଣ ପାଇଁ ତାଙ୍କ ସେନା ପ୍ରସ୍ତୁତ । କାରଣ ପ୍ରତିରକ୍ଷା କ୍ଷେତ୍ରରେ ଇରାନଠାରୁ ବହୁ ଆଗରେ ଇସ୍ରାଏଲ । ତେବେ ଏହାପରେ ଉପୁଜିଛି ଏକ ବିଶ୍ୱ ଯୁଦ୍ଧର ଆଶଙ୍କା ।
What's Your Reaction?






