ଇରାନ ସମର୍ଥିତ ହିଜବୁଲ୍ଲା ସହ ଅସ୍ତ୍ରବିରତି ଲାଗି ଇସ୍ରାଏଲର ନିଷ୍ପତ୍ତି

Nov 27, 2024 - 11:47
 0  2
ଇରାନ ସମର୍ଥିତ ହିଜବୁଲ୍ଲା ସହ ଅସ୍ତ୍ରବିରତି ଲାଗି ଇସ୍ରାଏଲର ନିଷ୍ପତ୍ତି

କିଛି ମାସର ବ୍ଯବଧାନ ପରେ ମଧ୍ଯପ୍ରାଚ୍ଯରେ ଫେରିଛି ସାମୟିକ ଶାନ୍ତି। ଇରାନ ସମର୍ଥିତ ହିଜବୁଲ୍ଲା ସହ ଅସ୍ତ୍ରବିରତି ଲାଗି ନିଷ୍ପତ୍ତି ନେଇଛି  ଇସ୍ରାଏଲ ନିରାପତ୍ତା କ୍ଯାବିନେଟ। ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ଯାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଛି ଘୋଷଣା । ଆମେରିକା ଓ ଫ୍ରାନ୍ସର ପ୍ରସ୍ତାବକୁ  ସମ୍ମାନ ଦେଇ ଏହି ଅସ୍ତ୍ରବିରତ ଘୋଷଣା କରିଛନ୍ତି ଉଭୟ ପକ୍ଷ। ଅସ୍ତ୍ରବିରତି ପଛରେ ରହିଛି ୩ଟି କାରଣ। ଇରାନ ଆଡୁ ଥିବା ବିପଦକୁ ଫୋକସ କରିବା। ଦ୍ବିତୀୟରେ ସୈନ୍ଯବାହିନୀକୁ ଅଧିକ ସୁସଞ୍ଜତ କରିବା। ତୃତୀୟରେ ହମାସକୁ ଅଲଗା କରିବା। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ-ଲେବାନନ ଯୁଦ୍ଧରେ ୩ ହଜାର ୮୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ  ଆହତ ହୋଇଛନ୍ତି ୧୬ ହଜାରରୁ ଅଧିକ ଲୋକ।  ସେପଟେ ଗତକାଲି ଲେବାନନ ରାଜଧାନୀ ବେରୁତ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ  । ଅନ୍ୟପଟେ ଲେବାନନ ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ। କିଛି ଦିନ ମଧ୍ୟରେ ଇସ୍ରାଏଲ ବାୟୁସେନା ଆକ୍ରମଣରେ ପ୍ରାୟ ୧୦୦ ଲୋକଙ୍କ ଘଟିଛି ମୃତ୍ଯୁ ।  ତେବେ ଇସ୍ରାଏଲ ଏବଂ ଲେବାନନ ଯୁଦ୍ଧ ବିରତି ନେଇ ଗାଜା ଆକ୍ରମଣ ଉପରେ ପଡିବ ନାହିଁ  କୌଣସି ପ୍ରଭାବ। ଗାଜା ଉପରେ ପୂର୍ବ ଭଳି ସୈନ୍ୟ ଅଭିଯାନ ଜାରି ରଖିବ ଇସ୍ରାଏଲ ।

What's Your Reaction?

like

dislike

love

funny

angry

sad

wow