ଇରାନ ସହ ଯୁଦ୍ଧ ଚାହୁଁନି ଆମେରିକା, ଇରାନ ନସୁଧୁରିଲେ ଆମେରିକା କରିବ ଯୁଦ୍ଧ

Jan 30, 2026 - 15:44
 0  2
ଇରାନ ସହ ଯୁଦ୍ଧ ଚାହୁଁନି ଆମେରିକା, ଇରାନ ନସୁଧୁରିଲେ ଆମେରିକା କରିବ ଯୁଦ୍ଧ

ଇରାନ ସହ ଯୁଦ୍ଧ କରିବାକୁ ଚାହୁଁନି ଆମେରିକା  । କିନ୍ତୁ ଇରାନ ନସୁଧୁରିଲେ ଆମେରିକା କରିବ ଯୁଦ୍ଧ  । ଏମିତି କିଛି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।ଟ୍ରମ୍ପ୍ ଆହୁରି କହିଛନ୍ତି ଯେ, ସେ କେବେହେଲେ ଯୁଦ୍ଧକୁ କରନ୍ତିନି ସମର୍ଥନ ,ବରଂ ଏହାକୁ ଟାଳିବାକୁ କରନ୍ତି  ନିରନ୍ତର ପ୍ରୟାସ । କିନ୍ତୁ ଇରାନ ସାବଧାନ ରହିବା ଜରୁରୀ । ତେହେରାନ ଅଭିମୁଖେ ଅଗ୍ରସର ହେଉଛି ଆମେରିକାର ବଡ ଏବଂ ଶକ୍ତିଶାଳୀ ଯୁଦ୍ଧ ଜାହାଜ । ତେହରାନ ସହ ଆଗାମୀ ଦିନରେ ପରମାଣୁ ଚୁକ୍ତି ନେଇ ହୋଇପାରେ ଆଲୋଚନା । ତେବେ ଟ୍ରମ୍ପଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ  ବନ୍ଧୁକର ଟ୍ରିଗର ଉପରେ ଆଙ୍ଗୁଠି ରଖିଥିବା କଥା କହିଥିଲା ଇରାନ ସେନା। ଯଦି ଆମେରିକା ସାମରିକ ଶକ୍ତି ପ୍ରୟୋଗ କରେ ତାହାଲେ ଇରାନ ଭୟଙ୍କର କ୍ଷତି ଘଟାଇବ । ଯାହା ଆଗରୁ କେବେ ହୋଇନଥିଲା ତାହା ଆମେରିକା ଦେଖିବ ବୋଲି ସତର୍କ କରାଇ ଦେଇଥିଲା ତେହରାନ  ।


What's Your Reaction?

like

dislike

love

funny

angry

sad

wow