ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ଦୂର୍ଘଟଣା,ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ଓ୍ୱେରେ ଘଟିଛି ମର୍ମନ୍ତୁଦ ଦୂର୍ଘଟଣା। ପ୍ରଥମେ ଏକ କାର୍ ଡିଭାଇଡର୍ରେ ପିଟି ହୋଇ ତା'ପରେ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଯାଇ ଟ୍ରକ୍ ସହ ହେଲା ମୁହାଁମୁହିଁ ଧକ୍କା।ଫଳରେ ଏକା ସାଙ୍ଗେ ଚାଲିଗଲା ୫ ଡାକ୍ତରଙ୍କ ଜୀବନ। ସେହିପରି ଡ୍ରାଇଭରଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ମୃତ୍ୟୁ।ତେବେ ଅଧ ରାସ୍ତାରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ କାର୍ଟି ନିୟନ୍ତ୍ରଣ ହରାଇ ଡିଭାଇଡର୍ରେ ପିଟି ହୋଇ ଦୂର୍ଘଟଣା ଘଟିଥିବା ମିଳିଛି ସୂଚନା।
What's Your Reaction?