ଏସସିବି କାଜୁଆଲିଟି ଅଗ୍ନିକାଣ୍ଡ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା
ଏସସିବି କାଜୁଆଲିଟି ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ହୋଇଛି ମୃତ୍ୟୁ । ମୃତକ ହେଲେ ଅନୁଗୁଳ ବଅଁରପାଳର ସୁମନ କୁମାର ସାହୁ।ରବିବାର ବିଳମ୍ବିତ ରାତିରେ କଟକ ବଡ଼ ହାସପାତାଳରେ ବିଦ୍ୟୁତ ସର୍ଟ ସର୍ଟିକରୁ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ,ଯେଉଁଥିରେ ୧୦ ଜଣ ରୋଗୀଙ୍କର ହୋଇଥିଲା ମୃତ୍ୟୁ । ଏହାପରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ବାକି ଅନ୍ୟ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବିଭିନ୍ନ ହାସପାତାଳରେ ଚିକିତ୍ସା ନିମନ୍ତେ କରାଯାଇଥିଲା ଭର୍ତ୍ତି । ଆଉ ଏବେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ହୋଇଯାଇଛି ମୃତ୍ୟୁ ।ଅନ୍ୟପଟେ ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ବର ସହ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛି ଜାତୀୟ ମାନବାଧିକାର କମିଶନ । ୧୫ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।
What's Your Reaction?