ଏସୀୟ କ୍ରୀଡ଼ା ମହିଳା କ୍ରିକେଟ୍ ଫାଇନାଲ୍ରେ ଶ୍ରୀଲଙ୍କାକୁ ୨୧୭ ରନ୍ର ଟାର୍ଗେଟ୍, ଚମକିଲେ ସ୍ମୃତି-ରିଚା
ଏସୀୟ କ୍ରୀଡ଼ା ୨୦୨୬ ମହିଳା କ୍ରିକେଟ୍ ଫାଇନାଲ୍ରେ ଶ୍ରୀଲଙ୍କାକୁ ୨୧୭ ରନ୍ର ଲକ୍ଷ୍ୟ ଦେଇଛି ଭାରତ। ସ୍ମୃତି ମନ୍ଧାନା ୭୯, ଶେଫାଳି ବର୍ମା ୪୮ ଏବଂ ରିଚା ଘୋଷ ୪୯ ରନ୍ର ଦମଦାର ପାଳି ଖେଳିଛନ୍ତି। ଏବେ ଭାରତୀୟ ବୋଲରଙ୍କ ଉପରେ ରହିଛି ସ୍ୱର୍ଣ୍ଣ ପଦକ ଜିତିବାର ଦାୟିତ୍ୱ।
ଏସୀୟ କ୍ରୀଡ଼ା ମହିଳା କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଚାଲିଛି । ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ୨୧୭ ରନର ଟାର୍ଗେଟ୍ ଦେଇଛି । ଜାପାନର ନିଶିନ୍ ସ୍ଥିତ କୋରୋଗି ସ୍ପୋର୍ସ ପାର୍କରେ ଚାଲିଥିବା ମ୍ୟାଚରେ ଭାରତୀୟ ମହିଳା ବ୍ୟାଟର ଚମତ୍କାର ପ୍ରଦର୍ଶନ କରିଛନ୍ତି । ଦୁଇ ପ୍ରାରମ୍ଭିକ ବ୍ୟାଟର ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଦଳକୁ ଚମତ୍କାର ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍ ପାଇଁ ଦୁହେଁ ୯୯ ରନର ଭାଗିଦାରି କରିଥିଲା ।
ଶେଫାଳି ୨୯ ଟି ବଲରେ ୪୮ ରନ୍ କରି ପାଭେଲିଅନ୍ ପେରିଯାଇଥିଲେ । ସେହିପରି ସ୍ମୃତି ମନ୍ଧାନା ୪୫ ଟି ବଲରେ ୭୯ ରନର ଦମଦାର ଇନିଂସ ଖେଳିଛନ୍ତି । ଅଧିନାୟକ ହରମନପ୍ରୀତ କୌର ୧୭ ବଲରେ ମାତ୍ର ୧୯ ରନ୍ କରିଥିଲେ । ରିଚା ଘୋଷଙ୍କ ବ୍ୟାଟ୍ ମଧ୍ୟ ଆଜି ଚାଲିଥିଲା । ମାତ୍ର ୨୨ଟି ବଲରେ ୪୯ ରନର ବିସ୍ଫୋରକ ଇନିଂସ ଖେଳି ଅପରାଜିତ ରହିଥିଲେ । ଶ୍ରୀଲଙ୍କାକୁ ଏବେ ଜିତିବାକୁ ହେଲେ ନିର୍ଦ୍ଧାରିତ ୨୦ ଓଭରରେ ୨୧୭ ରନ୍ କରିବାକୁ ପଡ଼ିବ । ଯଦି ଭାରତୀୟ ବୋଲରମାନେ ୨୧୫ ରନ୍ ଭିତରେ ଶ୍ରୀଲଙ୍କାକୁ ରଖିପାରନ୍ତି ତେବେ ଦଳ ଚମ୍ପିଆନ ହେବା ସହ ସ୍ୱର୍ଣ୍ଣ ପଦକର ହକଦାର ହେବ ।
What's Your Reaction?