ଓଡ଼ିଶା ରାଜନୀତିରେ ଶୋକର ଛାୟା, ଆଖି ବୁଜିଲେ ବରିଷ୍ଠ ନେତା ରାସ ବିହାରୀ ବେହେରା

Nov 4, 2026 - 12:01

ଓଡ଼ିଶା ରାଜନୀତିର ଆଉ ଜଣେ ଅଭିଜ୍ଞ ଚେହେରାଙ୍କ ଅବସାନ । ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ରାସ ବିହାରୀ ବେହେରା । ତାଙ୍କ ବିୟୋଗରେ ରାଜ୍ୟ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା । 

 ଓଡ଼ିଶା ରାଜନୀତିର ଆଉ ଜଣେ ଅଭିଜ୍ଞ ଚେହେରାଙ୍କ ଅବସାନ । ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ରାସ ବିହାରୀ ବେହେରା । ତାଙ୍କ ବିୟୋଗରେ ରାଜ୍ୟ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା । ଜଣେ ଅଭିଜ୍ଞ ଜନପ୍ରତିନିଧି ଭାବରେ ରାଜ୍ୟ ରାଜନୀତିରେ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ।

୧୨ ଏପ୍ରିଲ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିଲେ ରାସ ବିହାରୀ ବେହେରା । ପିତା ପ୍ରସନ୍ନ କୁମାର ବେହେରା ଏବଂ ପତ୍ନୀ ରାଜେଶ୍ୱରୀ ବେହେରା । ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଭାବରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଲୋକଙ୍କ ସହ ଯୋଡ଼ି ହୋଇ ରହିବା ଏବଂ ସେମାନଙ୍କ ସମସ୍ୟାକୁ ରାଜନୈତିକ ମଞ୍ଚରେ ଉଠାଇବା ଥିଲା ତାଙ୍କର ପରିଚୟ ।

୧୯୭୭ ମସିହାରେ କୋକସରା ବିଧାନସଭା ଆସନରୁ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ବିଧାନସଭାରେ ପହଞ୍ଚିଥିଲେ । ଏହାପରେ ୧୯୮୦ ମସିହାରେ କଳାହାଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇ ସଂସଦକୁ ଯାଇଥିଲେ । ପୁଣି ୧୯୮୫ ମସିହାରେ କୋକସରା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାନସଭାରୁ ସଂସଦ, ରାଜ୍ୟ ରାଜନୀତିରୁ ଜାତୀୟ ରାଜନୀତି । ଦୀର୍ଘ ରାଜନୈତିକ ଅଭିଜ୍ଞତାର ଅଧିକାରୀ ଥିଲେ ରାସ ବିହାରୀ ବେହେରା । ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ବିକାଶ ପାଇଁ ତାଙ୍କର ଉଦ୍ୟମ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।

କେବଳ ରାଜନୀତି ନୁହେଁ, ସାହିତ୍ୟ ଓ ଭ୍ରମଣ ଲେଖା ପ୍ରତି ମଧ୍ୟ ଥିଲା ତାଙ୍କର ଗଭୀର ରୁଚି । ତାଙ୍କ ରଚିତ ଉପନ୍ୟାସ 'ବିଜୟୀ' ତାଙ୍କ ସାହିତ୍ୟିକ ପ୍ରତିଭାର ପରିଚୟ ଦିଏ । ସେହିପରି 'ଅନନ୍ୟସୃଷ୍ଟି କାନାଡ଼ା' ଭ୍ରମଣ ସାହିତ୍ୟ ମାଧ୍ୟମରେ ନିଜର ଅନୁଭୂତିକୁ ପାଠକଙ୍କ ନିକଟରେ ପହଞ୍ଚାଇଥିଲେ । 

What's Your Reaction?

like

dislike

love

funny

angry

sad

wow