କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ
ଆଜିଠାରୁ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ।ସୂଜାତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି ସରକାର।ଆଜି ତାଙ୍କର ଶେଷ ହୋଇଛି ଛୁଟି ଅବଧି। ସେ ୬ମାସ ପାଇଁ ଛୁଟିରେ ରହିଥିଲେ। ଛୁଟି ଅବଧି ଶେଷ ହେବା ପୂର୍ବରୁ ସେ ପୁଣି ରାଜ୍ୟ ସରକାରଙ୍କ ନିକଟରେ ଆଉ ୬ମାସ ପାଇଁ କରିଥିଲେ ଛୁଟି ଆବେଦନ । ହେଲେ ରାଜ୍ୟ ସରକାର ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଦେଇଥିଲେ ନିର୍ଦ୍ଦେଶ ।ସୂଚନା ଯୋଗ୍ୟ, ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇମେ’ ୩୧ରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ ସୁଜାତା,ଯାହାକୁ ଅନୁମୋଦନ କରିଥିଲେ ତତକାଳୀନ ମୁଖ୍ୟ ସଚିବ।
Jangyaseni Parida